କାଶ୍ମୀର ୨୫/୦୧: ବିଶ୍ୱର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବେନ୍ଦ ଭାରତ ଏକ୍ସପ୍ରେସ । କଟରାରୁ ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍ ହୋଇଛି । ଅଞ୍ଜି ଖାଡ଼ ବ୍ରିଜ ଯାହା ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ଏବଂ ଚେନାବ ବ୍ରିଜ ଯାହା ବିଶ୍ବର ଉଚ୍ଚତମ ରେଳୱେ ବ୍ରିଜ । ଏହା ଦେଇ ଗତି କରିଛି ବନ୍ଦେ ଭାରତ ଏକ୍ସପ୍ରେସ । ବିଶ୍ଵର ସର୍ବୋଚ୍ଚ ରେଳ ପୋଲ ଚେନାବ ସେତୁ ଉପରେ ଗଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ। ଶନିବାର ଭାରତୀୟ ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀରର ଚେନାବ ସେତୁ ଉପରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ବା ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯାଇଛି। ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରାରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ ଚାଲିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଟ୍ରେନ ଅଞ୍ଜି ଖାଡ଼ି ବ୍ରିଜ ଦେଇ ମଧ୍ୟ ଚଳାଚଳ କରିବ। ଅଞ୍ଜି ଖାଡି ହେଉଛି ଭାରତର ପ୍ରଥମ ଝୁଲା ରେଳ ସେତୁ। ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଛି। ଅଞ୍ଚଳର ଥଣ୍ଡା ଜଳବାୟୁକୁ ଦୃଷ୍ଟିରେ ରଖି ଟ୍ରେନର ଡିଜାଇନ ପ୍ରସ୍ତୁତ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |