ଭୁବନେଶ୍ୱର,୨୫ା୧: ଆଜି ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ଆଉ ଏହି ନାଁ ଭିତରେ ରାସବିହାରୀ ବେହେରାଙ୍କୁ ଢେଙ୍କାନାଳର ଦାୟିତ୍ୱ ଦିଆଯାଇଛି। ଠିକ୍ ସେହିପରି ଶଶାଙ୍କ ଶେଖରଙ୍କୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ।ସରିଲା ସଭ୍ୟ ସଂଗ୍ରହ ଅଭିଯାନ। ଘୋଷଣା ହେଲା ଜିଲ୍ଲା ସଭାପତିଙ୍କ ନାଁ। ଆଉ କେବଳ ରାଜ୍ୟ ସଭାପତିଙ୍କ ନାଁ ଘୋଷଣାକୁ ଅପେକ୍ଷା। ଯେହେତୁ ରାଜ୍ୟ ସଭାପତି ଚୟନ ସରିଛି ଆଉ ବିଭିନ୍ନ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା ହୋଇସାରିଛି।ତେଣୁ ଆଉ ରାଜ୍ୟ ସଭାପତି ଚୟନରେ ବିଳମ୍ୱ ହେବ ନାହିଁ ବୋଲି କୁହାଯାଉଛି। ଯେହେତୁ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ସରିନଥିଲା। ଆଉ ଜିଲ୍ଲା ସଭାପତି ହିଁ ଯେହେତୁ ରାଜ୍ୟ ସଭାପତି ଚୟନରେ ଏଧିକ ଗୁରତ୍ୱବହନ କରନ୍ତି। ତେଣୁ ଏବେ ରାଜ୍ୟ ସଭାପତି ଯଥାଶୀଘ୍ର ଚୟନ ହୋଇଯିବେ ବୋଲି କୁହାଯାଉଛି।ଏହାସହ ପୁରୀର ଜିଲ୍ଲା ସଭାପତି ଭାବରେ ଡା. ଦେବେନ୍ଦ୍ର ତରାଇଙ୍କୁ ଦାୟିତ୍ୱ ମିଳିଥିବା ବେଳେ, କଟକରୁ ସୁକାନ୍ତ ବିଶ୍ୱାଳ, ଗଞ୍ଜାମରୁ ସରୋଜ ସାବତ ଓ ବଲାଙ୍ଗିରରୁ ଶ୍ରୀବତ୍ସ ବେହେରାଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ରୁ ଗିରିଷ ସାହୁ ଓ କେନ୍ଦ୍ରାପଡ଼ାରୁ ଶଶାଙ୍କ ଶେଖର ସେଠୀଙ୍କୁ ଦାୟିତ୍ୱ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |