ନୂଆଦିଲ୍ଲୀ, ୨୫/୦୧: ଗଣତନ୍ତ୍ର ଦିବସ ଅବସରରେ ୯୪୨ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୋଲିସ, ଅଗ୍ନିଶମ, ହୋମଗାର୍ଡ ଏବଂ ଉଲ୍ଲେଖନୀୟ ସେବା ପାଇଁ ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ। ସେମାନଙ୍କ ମଧ୍ୟରୁ ୯୫ ଯବାନଙ୍କୁ ବୀରତ୍ଵ ପଦକ, ୧୦୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ, ୭୪୬ ଜଣଙ୍କୁ ପ୍ରଶଂସନୀୟ ମେଡାଲ ମିଳିବ । ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଥିବା ଯବାନଙ୍କୁ ବୀରତ୍ଵ ଆଓ୍ବାର୍ଡରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରୁ ନକ୍ସଲ ପ୍ରଭାବିତ ଅଞ୍ଚଳର ୨୮ ଯବାନ, ଜାମ୍ମୁ କାଶ୍ମୀରର ୨୮ ଯବାନ, ଉତ୍ତର-ପୂର୍ବର ୩ ଯବାନ ଏବଂ ଅନ୍ୟ ଅଞ୍ଚଳର ୩୬ ଯବାନଙ୍କୁ ବୀରତ୍ଵ ପାଇଁ ସମ୍ମାନିତ କରାଯିବ । ସେହିପରି ୭୮ ପୋଲିସକର୍ମୀ ଏବଂ ୧୭ ଅଗ୍ନିଶମ ସେବା କର୍ମଚାରୀଙ୍କୁ ମଧ୍ୟ ଏହି ସମ୍ମାନିତ ମିଳିବ ।ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦୧ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୮୫ ଜଣ ପୋଲିସ, ଅଗ୍ନିଶମ ବିଭାଗରୁ ୫ଜଣ , ହୋମଗାର୍ଡରୁ ୭ଜଣ ଏବଂ ସୁଧାର ସେବାରୁ ୪ ଜଣଙ୍କୁ ସମ୍ମାନିତ କରାଯିବ । ପ୍ରଶଂସନୀୟ କାର୍ଯ୍ୟ ପାଇଁ ୭୪୬ ଜଣଙ୍କୁ ସମ୍ମାନିତ କରାଯିବ । ଏମାନଙ୍କ ମଧ୍ୟରୁ ୬୩୪ଜଣ ପୋଲିସ, ୩୭ ଜଣ ଅଗ୍ନିଶମ ୩୯ ଜଣ ହୋମଗାର୍ଡ ଏବଂ ସୁଧାର ସେବାର ୩୬ ଜଣଙ୍କୁ ସମ୍ମାନିତ କରାଯିବ । ଓଡ଼ିଶାରୁ ୧୯ଜଣଙ୍କୁ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ ମିଳିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |