ଓଡ଼ିଶା ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ

କଟକ,୨୬ା୧: ରବିବାର ସାରା ରାଜ୍ୟରେ ପାଳନ ହେଉଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବିଡ଼ାନାସୀଠାରେ ପତାକା ଉତ୍ତୋଳନ କରିଛନ୍ତି।ଏଥିସହିତ ପରେଡର ଅଭିବାଦନ ମଧ୍ୟ ଗ୍ରହଣ କରିଛନ୍ତି ।୧୯୫୦ ମସିହା ଆଜିର ଦିନରେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ସେହିଦିନଠାରୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖକୁ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି।ତେବେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିକଶିତ ଓଡିଶା ପାଇଁ ସମସ୍ତେ ହାତ ବଢାଇବା ଦରକାର। ଆଜିର ଦିନ ଆମ ପାଇଁ କେବଳ ଉତ୍ସବ ନୁହେଁ ବରଂ ଆମ ସମ୍ବିଧାନକୁ ରକ୍ଷା କରିବାର ଦାୟିତ୍ବ । ଲୋକମାନେ ହିଁ ଗଣତନ୍ତ୍ରର ପ୍ରକୃତ ଶାସକ। ରାଜ୍ୟରେ ସୁଭଦ୍ରା ଯୋଜନା ଏକ ସଫଳ ପ୍ରୟାସ , ଏଥିରେ ୮୦ ଲକ୍ଷରୁ ଅଧିକ ମହିଳା ସୁଭଦ୍ରାରୁ ଲାଭ ପାଇଲେଣି। ଆଗାମୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ୧ କୋଟିରୁ ଅଧିକ ଲୋକ ଏହି ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇପାରିବେ । ଆୟୁଷ୍ମାନ ଯୋଜନାରେ ପ୍ରତି ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ । ସେହିପରି ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବ। ପ୍ରତି ପଞ୍ଚାୟତରେ ଆଦର୍ଶ ସ୍କୁଲ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!