ଭୁବେନଶ୍ବର,୨୬ା୧: ଆଜି ସାରା ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୁରକ୍ଷା ବଳୟରେ ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗ । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗ ନେଉଛନ୍ତି ୪୩ କଣ୍ଟିଜେଣ୍ଟ । ଡେୟାର ଡେଭିଲ, ସ୍କେଟିଂରେ ଦର୍ଶକ ଦେଖିବେ ଶିବ ତାଣ୍ଡବ ।ଚଳିତ ଥର ପରେଡରେ ନେତୃତ୍ୱ ନେଇଛନ୍ତି ଯୁବ IPS ଭୋଷଲେ ଶୁଭମ ସଞ୍ଜୟ । ଝାଡଖଣ୍ଡ ପୋଲିସ ମଧ୍ୟ ପରେଡରେ ସାମିଲ ହୋଇଛି । ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୋଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ବି ଦେଖାଇବେ ପରେଡ୍ । ମହର୍ଷି ଡେୟାର ଡେଭିଲସ ଦୁଃସାହିସିକ ବାଇକ ସୋ ଜଲୱା ଦେଖାଇବେ । ଏହାସହ ଓଡିଶା ସ୍ ସେକ୍ଟିଂ ଏକାଡେମୀର ଛାତ୍ରଛାତ୍ରୀ ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିବେ । ରାୟଗଡାର ଢେମସା, କେନ୍ଦୁଝରର ଆଦିବାସୀ ନୃତ୍ୟ, ଘୋଡ଼ନାଚ ସହ ଆରିୟନ ରୋୟାଲ ସ୍କେଟିଂ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ପରିବେଷଣ କରିବେ ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |