୪ ଓଡ଼ିଆଙ୍କୁ ମିଳିବ ପଦ୍ମ ପୁରସ୍କାର-୨୦୨୫

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସର ପୂର୍ବ ସାରେ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ୩୦ ଜଣିଆ ଏହି ତାଲିକାରେ ଅନେକେ ଅଜ୍ଞାତ ଏବଂ ନିଆରା ପଦ୍ମ ବିଜେତା ଅଛନ୍ତି, ଯେଉଁଥିରେ କୁଏତର ଯୋଗ ପ୍ରଶିକ୍ଷକ ସମ୍ରାଟ ହରିମାନ ଏବଂ ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ୍‌ ମାସେଟ୍‌ଙ୍କ ନାମ ରହିଛି। ସେହିଭଳି ଗୋଆର ୧୦୦ ବର୍ଷ ବୟସ୍କ ସ୍ବାଧୀନତା ସଂଗ୍ରାମୀ ଲିବିଆ ଲୋବୋ ସରଦେଶାଇ ଏବଂ ପଶ୍ଚିମବଙ୍ଗର ଜଣେ ଢାକ୍‌ ବାଦକ( ଯିଏ ପୁରୁଷ ପ୍ରଧାନ କ୍ଷେତ୍ରରେ ୧୫୦ ମହିଳାଙ୍କୁ ତାଲିମ ଦେଇଥିଲେ) ପ୍ରମୁଖ ପଦ୍ମ ପୁରସ୍କାର ପାଇବେ।ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ ସରକାର। ମେଡିସିନ୍‌ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ।କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ। ସାଧାରଣତନ୍ତ୍ର ଦିବସ ଅବସରରେ ଶନିବାର କେନ୍ଦ୍ର ସରକାର ପଦ୍ମ ପୁରସ୍କାର ୨୦୨୫ର ବିଜେତାଙ୍କ ନାମ ଘୋଷଣା କରିଛନ୍ତି।ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରୁ ଅନ୍ୟତମ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ଭୀମ ସିଂହ ଭବେଶ, ଡ. ନୀରଜା ଭଟଲା, ଆଥଲେଟ୍ ହରବିନ୍ଦର ସିଂହଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ।ସେହିଭଳି ସ୍ତ୍ରୀ ରୋଗ ବିଶେଷଜ୍ଞ ନୀରଜ ଭଟ୍‌ଲାଙ୍କୁ ପଦ୍ମଶ୍ରୀ ଓ ସାମାଜିକ କର୍ମୀ ଭୀମ ସିଂ ଭବେଶଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।କଳା, ସାମାଜିକ କାର୍ଯ୍ୟ, ଲୋକସେବା, ବିଜ୍ଞାନ, ଇଞ୍ଜିନିୟରିଂ, ବ୍ୟବସାୟ, ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା, କ୍ରୀଡ଼ା ଓ ପ୍ରଶାସନିକ ସେବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଏହା ସହିତ, ଏଲ. ହାଙ୍ଗଥିଙ୍ଗଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି। ସେ ନାଗାଲ୍ୟାଣ୍ଡର ନୋକଲାକର ଜଣେ ଫଳ ଚାଷୀ ଏବଂ ଅଣ-ସ୍ଥାନୀୟ ଫଳ ଚାଷରେ ତାଙ୍କର ୩୦ ବର୍ଷରୁ ଅଧିକ ଅଭିଜ୍ଞତା ଅଛି। ମଧ୍ୟପ୍ରଦେଶର ସାମାଜିକ ଉଦ୍ୟୋଗୀ ସାଲି ହୋଲକର ଏବଂ ମରାଠୀ ଲେଖକ ମାରୁତି ଭୁଜଙ୍ଗରାଓ ଚିତମପଲ୍ଲୀ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି
ଏପର୍ଯ୍ୟନ୍ତ ପ୍ରକାଶିତ ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ତାଲିକା :
ଏଲ ହାଙ୍ଗଥିଂ (ନାଗାଲାଣ୍ଡ)
ହରିମାନ ଶର୍ମା (ହିମାଚଳ ପ୍ରଦେଶ)
ଜୁମଡେ ୟୋମଗାମ ଗାମଲିନ (ଅରୁଣାଚଳ ପ୍ରଦେଶ)
ଜୟଚରଣ ବାଥେରୀ (ଆସାମ)
ନରେନ ଗୁରୁଙ୍ଗ (ସିକିମ)
ବିଳାସ ଡାଙ୍ଗରେ (ମହାରାଷ୍ଟ୍ର)
ଶେଖା ଏଜେ ଅଲ ସବା (କୁଏତ)
ର୍ନିମଳା ଦେବୀ (ବିହାର)
ଭୀମ ସିଂହ ଭାବେଶ (ବିହାର)
ରାଧା ବେହେନ ଭଟ୍ଟ (ଉତ୍ତରାଖଣ୍ଡ)
ସୁରେଶ ସୋନି (ଗୁଜୁରାଟ)
ପାଣ୍ଡିରାମ ମାଣ୍ଡଭି (ଛତିଶଗଡ଼)
ଜୋନାସ ମାସେଟ (ବ୍ରାଜିଲ)
ଜଗଦୀଶ ଜୋଶିଲା (ମଧ୍ୟପ୍ରଦେଶ)
ହରବିନ୍ଦର ସିଂହ (ହରିଆଣା)
ଭେରୁ ସିଂହ ଚୌହାନ (ମଧ୍ୟପ୍ରଦେଶ)
ଭେଙ୍କାପ୍ପା ଅମ୍ବାଜୀ ସୁଗତେକର (କର୍ଣ୍ଣାଟକ)
ପି ଦାଚନାମୂର୍ତ୍ତି (ପୁଡୁଚେରୀ)
ଲିବିଆ ଲୋବୋ ସରଦେଶାଇ (ଗୋଆ)
ଗୋକୁଳ ଚନ୍ଦ୍ର ଦାସ (ପଶ୍ଚିମବଙ୍ଗ)
ହ୍ୟୁ ଗାଣ୍ଟଜର (ଉତ୍ତରାଖଣ୍ଡ)
କଲିନ ଗାଣ୍ଟଜର (ଉତ୍ତରାଖଣ୍ଡ)
ଡକ୍ଟର ନୀରଜା ଭଟଲା (ଦିଲ୍ଲୀ) ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!