ଭାରତ ୨ ୱିକେଟରେ ଇଂଲଣ୍ଡକୁ ହରାଇଲା

ଚେନ୍ନାଇ,୨୫।୧: ଜବରଦସ୍ତ ଫର୍ମରେ ଟିମ୍‌ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍‌। ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା ଏକାକୀ ଲଢ଼ି ଇଲଂଣ୍ଡଠାରୁ ବିଜୟକୁ ଛଡ଼ାଇ ଆଣିଛନ୍ତି।ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦିତ୍ୱୀୟ ଟି-ଟ୍ୱେଣ୍ଟିରେ ଇଂଲଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ୧୬୫ ରନ ବିଜୟ ଲକ୍ଷ୍ୟରେ ଖେଳିଥିବା ଭାରତ ୨ ୱିକେଟରେ ଇଂଲଣ୍ଡକୁ ହରାଇଲା।ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ବ୍ୟାଟିଂ କରି ୧୬୫ ସ୍କୋର କରିଥିଲା। ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୬୬ ରନର ଲକ୍ଷ୍ୟକୁ ଭାରତ ୧୯.୨ ଓଭରରେ ୮ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ହୋଇଛି।ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ତିଳକ ବର୍ମାଙ୍କ ମ୍ୟାଚ ବିଜୟୀ ୭୨ ରନ ବଳରେ ଭାରତ ବିଜୟ ହାସଲ କରିଥିଲା। ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!