ଭୁବନେଶ୍ୱର,,୨୬।୧: ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ କରାଯାଇଛିାଉଲ୍ଲେଖନୀୟ ଓ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଛି ସେବା ପଦକ । ଲୋକସେବା ଭବନରେ ପୋଲିସ ସେବା ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ ହରି ବାବୁ କମ୍ଭମ୍ ପାଟି । ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ଅଗ୍ନିଶମ ଡିଜି ପ୍ରମୁଖଙ୍କ ଉପସ୍ଥିତିରେ ପୋଲିସ ସେବା ପଦକ ପ୍ରଦାନ କରାଯାଇଛି। ୨୦୨୪ ମସିହା ପାଇଁ ୧୮ ଜଣଙ୍କୁ ରାଜ୍ୟପାଳ ପଦକ, ୨୦୨୧ ମସିହା ପାଇଁ ୨୦ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ସେହିଭଳି ୨୦୧୯, ୨୦୨୦ ଓ ୨୦୨୩ ପାଇଁ ଜଣେ ଲେଖାଏଁ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି । ୨୪ ପାଇଁ ଦକ୍ଷିଣାଞ୍ଚଳ ଆଇଜି ଡକ୍ଟର ସାର୍ଥକ ଷଡଙ୍ଗୀ, ଓଏସଏପି ଷଷ୍ଠ ବାଟାଲିଅନର କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଭିଜିଲାନ୍ସ ଅତିରିକ୍ତ ଏସପି ସୁଶାନ୍ତ କୁମାର ବିଶ୍ୱାଳ, ଗଞ୍ଜାମ ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା, କ୍ରାଇମବ୍ରାଞ୍ଚ ଇନସପେକ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ସମେତ ୧୮ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |