ବାଙ୍କୀ ଦୁର୍ଘଟଣା: ମୃତ ଛାତ୍ରଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା

କଟକ,୨୬ା୧: ପିକ୍‌ଅପ୍ ଭ୍ୟାନ ଓଲଟି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଥିଲେ । ବାଙ୍କୀ ଥାନା ଅଂଶୁପା ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଓଲଟି ପଡିଛି । ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ନେଇ ପରେଡ୍ ଗ୍ରାଉଣ୍ଡ ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।ବାଙ୍କିରେ ପିକ୍‌ଅପ୍ ଭ୍ୟାନ୍‌ ଓଲଟି ଜଣେ ମୃତ ୨୦ ଛାତ୍ରଛାତ୍ରୀ ଆହତ । ସ୍କୁଲରୁ ପରେଡ୍ ଗ୍ରାଉଣ୍ଡକୁ ଯିବା ବେଳେ ଓଲଟିଲା ପିକ୍‌ଅପ୍। ବାଙ୍କୀ ବ୍ଲକ ମାଳବିହାରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ୨୩ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକ ପିକ ଅପ ଭ୍ୟାନରେ ପରେଡ କରିବା ପାଇଁ ସରଣ୍ଡା ଖେଳପଡିଆକୁ ଯାଉଥିବା ବେଳେ ମାଳବିହାରପୁର ବ୍ରିଜ ଠାରେ ରାସ୍ତା କଡକୁ ଲେଉଟି ପଡ଼ିଥିଲା । ଭ୍ୟାନରେ ୨୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ସେଥିରୁ ୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ନେବା ସମୟରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ସୈାମ୍ୟରଞ୍ଜନ ବେହେରା ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ଏଖବର ପରେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି।ଏହି ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷ, ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷର ସହାୟତା ରାଶି ମୃତକଙ୍କ ପରବାରକୁ ମିଳିବ । ମୃତ ଛାତ୍ରଙ୍କ ପରିବାରକୁ ମୋଟ ୫ ଲକ୍ଷର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଜାରି କରିଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!