ରାଜନଗରରେ ଚାଲିଛି ଡଲଫିନ୍ ଗଣନା

କେନ୍ଦ୍ରାପଡ଼ା,୨୭ା୧: ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍‌ଫିନ୍‌ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ।ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଏବଂ ବଂଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ନୀଳ ଜଳରାଶିରେ ଜଳକ୍ରୀଡ଼ା କରୁଥିବା ଆଜିଠାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୩ ଦିନ ଯାଏ ଚାଲିବ ଗଣନା।  ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୯ଟି ଟିମ୍  ସାମିଲ୍ ହେବେ। ପ୍ରତି ଟିମରେ ୪ଜଣ ଡଲଫିନମାନଙ୍କ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ଟାରୁ ୯ ଟା ଯାଏ ଏହି ଗଣନା ଚାଲିବ।ଏହି ଗଣନା ୨୭ରୁ ୨୯ ତାରିଖ ଯାଏ ୩ଦିନ ଧରି ଚାଲିବ। ଭିତରକନିକା ଅଂଚଳରେ ଡଲଫିନ୍ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି। ଆଉଟର ହୁଇଲରରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍‌ ଗଣନା କରାଯିବ।ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତଗରଫରୁ ୨୦୧୫ ମସିହା ଠାରୁ ଭିତରକନିକାରେ ଡଲଫିନ ମାନଙ୍କ ଗଣନା ଆରମ୍ଭ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!