କାଲିଠୁ ୨ଦିନିଆ ଉତ୍କର୍ଷ ଓଡ଼ିଶା କନକ୍ଲେଭ

ଭୁବନେଶ୍ବର, ୨୭/୧:  ଓଡ଼ିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ । ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା । ଓଡ଼ିଶାର ପ୍ରତି ଜିଲ୍ଲାରେ ଖୋଲିବ ଶିଳ୍ପାନୁଷ୍ଠାନ । ପ୍ରଥମ ଥର ପାଇଁ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ମଙ୍ଗଳଳବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ନେଇ ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।ସେ କହିଛନ୍ତି ଉତ୍କର୍ଷ ଓଡ଼ିଶା-୨୦୨୫ ଏକ ଐତିହାସିକ ଓ ଯୁଗାନ୍ତକାରୀ କନକ୍ଲେଭ ହେବ । ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ସମ୍ମିଳନୀର ଉଦ୍‌ଘାଟନ କରିବେ । ବିଗତ ୨ ଦଶନ୍ଧି ଧରି ଶିଳ୍ପ ମରୁଭୂମି ପାଲଟିଥିଲା ଓଡ଼ିଶା । ଶିଳ୍ପ ଭାଗିରଥୀ ସାଜି ଶିଳ୍ପପତି ମାନଙ୍କୁ ଧରି  ପ୍ରଥମ ଥର ଓଡ଼ିଶା ଆସିବେ ମୋଦି । ମୋଦିଙ୍କ ପଛେ ପଛେ ଗଙ୍ଗାର ସ୍ରୋତ ପରି ନିବେଶକମାନଙ୍କ ସୁଅ ଛୁଟିବ । ପୂର୍ବରୁ କେବଳ ମେଟାଲ ଶିଳ୍ପରେ ସୀମିତ ଥିଲା ମେକ୍‌ଇନ୍‌ ଓଡ଼ିଶା । ଏଥର ସେମି କଣ୍ଡକ୍ଟର,ଗ୍ରୀନ ଏନର୍ଜି ଓ ରିନେବୁଲ ଏନର୍ଜି ଉପରେ ଫୋକସ୍‌ କରାଯାଇଛି ।ଭୁବନେଶ୍ବର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଶୁଭାରମ୍ଭ ହେବ । ୨ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ସମ୍ମିଳନୀରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗ ଦେବେ । ଅଷ୍ଟ୍ରେଲିଆ,ଜାପାନ,ବ୍ରିଟେନ,ଜର୍ମାନୀ,ସିଙ୍ଗାପୁର,ମାଲେସିଆ,କ୍ୟୁବା ଓ ହଲାଣ୍ଡ ଭଳି ୧୨ଟି ଦେଶର ନିବେଶକଙ୍କୁ ଆମନ୍ତ୍ରିତ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!