ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ୍ କୋଡ୍

ଡେରାଡୁନ,୨୭।୧: ଏକକ ନାଗରିକ ସଂହିତା  ଆଜି ଠାରୁ ଉତ୍ତରାଖଣ୍ଡରେ ଲାଗୁ ହୋଇଛି। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟ ପୂରା ଦେଶରେ ୟୁସିସି ଲାଗୁ କରିବାକୁ ବହୁ ଦିନରୁ ପ୍ରୟାସ ଜାରି ରଖିଛନ୍ତି। ଏପରି କି ୨୦୨୨ ଡିସେମ୍ବର ମାସରେ ରାଜ୍ୟସଭାରେ ଏକକ ନାଗରିକ ସଂହିତା ବିଲ୍‌ ବିଜେପିର ଜଣେ ସାଂସଦ ଉପସ୍ଥାପନ କରିଥିଲେ। ରାଜସ୍ଥାନର ବିଜେପି ସାଂସଦ କିରୋଡି ଲାଲ ମୀନା ପ୍ରାଇଭେଟ ମେମ୍ବର ବିଲ୍‌ ମାଧ୍ୟମରେ ଏହାକୁ ଗୃହରେ ଉପସ୍ଥାପନ କରିଥିଲେ। ଏହାର ଅର୍ଥ ସରକାର ଏହି ବିଲ୍‌ ଆଣି ନାହାନ୍ତି। କିନ୍ତୁ ସରକାର ଏହାକୁ ସମର୍ଥନ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ UCC (Uniform Civil Code ) ପୋର୍ଟାଲର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । UCC ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଲାଗୁ ହୋଇଛି । ଏଥି ସହିତ ରାଜ୍ୟ ବାହାରେ ରହୁଥିବା ଉତ୍ତରାଖଣ୍ଡର ବାସିନ୍ଦାଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, UCC ସଦଭାବନାପୂର୍ଣ୍ଣ ସମାଜର ମୂଳଦୁଆ ପକାଇବ । ଧର୍ମ, ଜାତି, ଲିଙ୍ଗ ଓ ସଂପ୍ରଦାୟକୁ ନେଇ ଭେଦଭାବ ରହିବ ନାହିଁ । ଉତ୍ତରାଖଣ୍ଡରେ ଏହା ଲାଗୁ ହେବ ବୋଲି ଗତ ମାସରେ ଘୋଷଣା କରିଥିଲେ ଧାମି । ଏ ନେଇ ପ୍ରସ୍ତୁତି ସରିଛି ଓ ଲାଗୁ କରିବା ପାଇଁ ଯାହା ଯାହା ଦରକାର, ତା ଉପରେ କାମ ହେଉଛି ବୋଲି ସେ କହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!