ସ୍ମୃତି ମନ୍ଧାନା ବର୍ଷର ଶ୍ରେଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୨୭।୧: ତାରକା ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ICC ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପୁରସ୍କାର ଜିତିଛନ୍ତି। ୨୮ ବର୍ଷୀୟ ବାମହାତୀ ଓପନିଂ ବ୍ୟାଟର ଗତ ବର୍ଷ ଭାରତୀୟ ମହିଳା ଟିମ୍ ପାଇଁ ୧୩ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ ଏବଂ ଚାରୋଟି ଶତକ ଏବଂ ତିନୋଟି ଅର୍ଦ୍ଧଶତକ ସହାୟତାରେ ୭୪୭ ରନ କରି ସର୍ବାଧିକ ରନ ସ୍କୋର କରିଥିଲେ।ଆଇସିସି ଦ୍ୱାରା ୨୦୨୪ରେ ଖେଳାଳିମାନଙ୍କୁ ସେମାନଙ୍କର ବେଷ୍ଟ ପ୍ରଦର୍ଶନ ପାଇଁ ଆୱାର୍ଡ ଦିଆଯାଇଛି । ଏହାରି ମଧ୍ୟରେ ମହିଳାମାନଙ୍କ ଆଇସିସି ପ୍ଲେୟାର ଅଫ ଦ ଇୟର ନାମରେ ଘୋଷଣା କରାଯାଇଛି ।ଆଇସିସି ଏହି ଆୱାର୍ଡକୁ ସ୍ମୃତି ମନ୍ଦାନାକୁ ଦେଇଛନ୍ତି । ୨୦୨୪ରେ ବାମ ହାତରେ ବ୍ୟାଟିଂ କରୁଥିବା ସ୍ମୃତି ମନ୍ଦାନା ୱାନଡେ କ୍ରିକେଟରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଅଧିକ ରନ କରିଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!