ନୂଆଦିଲ୍ଲୀ,୨୭।୧: ୱାକଫ ଆକ୍ଟରେ ସଂଶୋଧନ ନେଇ ବିରୋଧୀ ସାଂସଦଙ୍କ ସମସ୍ତ ପ୍ରସ୍ତାବକୁ ମିଳିତ ସଂସଦୀୟ କମିଟି (ଜେପିସି) ପ୍ରତ୍ୟାଖ୍ୟାନ କରିଛି। JPC ସୋମବାର ଅପରାହ୍ନରେ 14 ଟି ପରିବର୍ତ୍ତନ ସହିତ ୱାକଫ ସଂଶୋଧନ ବିଲ୍ ଅନୁମୋଦନ କରିଛି। ଗତ ବର୍ଷ ଅଗଷ୍ଟ ମାସରେ ଏହି ବିଲ୍ ଗୃହରେ ଆଗତ କରାଯାଇଥିଲା।ଭାରତୀୟ ଜନତା ପାର୍ଟି (ବିଜେପି) ର ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ବିରୋଧୀ ସାଂସଦମାନେ କମିଟିରେ 44 ଟି ସଂଶୋଧନ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି।ସଂଶୋଧନ ଅଧ୍ୟୟନ ପାଇଁ ଗଠିତ କମିଟିର ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଅନେକ ବୈଠକ ବିଶୃଙ୍ଖଳାରେ ଶେଷ ହୋଇଥିଲା। ବିରୋଧୀ ସାଂସଦମାନେ ବାଚସ୍ପତିଙ୍କୁ ଶାସକ ଦଳ ପ୍ରତି ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି।ଗତ ସପ୍ତାହରେ ବିରୋଧୀ ସାଂସଦମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି, ସେମାନଙ୍କ ଚିନ୍ତା ପ୍ରକଟ କରିଥିଲେ। ସେମାନେ କହିଛନ୍ତି ଯେ, ଜଗଦମ୍ବିକା ପାଲ ଫେବୃଆରୀ 5ରେ ଦିଲ୍ଲୀରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ୱାକଫ ସଂଶୋଧନ ବିଲ୍ ଶୀଘ୍ର ପାସ କରିବାକୁ ଚେଷ୍ଟା କରୁଛନ୍ତି।ଅନ୍ୟପଟେ ସମିତିର କାର୍ଯ୍ୟକୁ ବିରୋଧୀ ଦଳ ସମାଲୋଚନା କରିବା ସହ ଏହାର ଅଧ୍ୟକ୍ଷ ଜଗଦମ୍ୱିକା ପାଲ୍ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛନ୍ତି । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ‘ଏହା କେବଳ ଦେଖାଇବା ପାଇଁ ବୈଠକ ଥିଲା । ଆମ କଥାକୁ ଶୁଣାଗଲାନି । ପାଲ୍ ଏକଛତ୍ରବାଦୀ ପ୍ରକ୍ରିୟାରେ କାମ କଲେ ।’ ଅନ୍ୟପଟେ ଜେପିସି ଅଧ୍ୟକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ପୂରା ପ୍ରକ୍ରିୟା ଗଣତାନ୍ତ୍ରିକ ଥିଲା ଏବଂ ବହୁମତ ଜରିଆରେ ନିଷ୍ପତ୍ତି ନିଯାଇଛି ବୋଲି କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |