ଉତ୍କର୍ଷ ଓଡ଼ିଶା କନକ୍ଲେଭ , ଉଦଘାଟନ କରିବେ ମୋଦି

ଭୁବନେଶ୍ୱର ୨୮।୦୧ :  ଆଜିଠୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ । ଜନତା ମଇଦାନରେ ୨ ଦିନ ଧରି ଚାଲିବ ଏହି ସମ୍ମିଳନୀ ।ମଙ୍ଗଳବାରଠୁ ଉତ୍କର୍ଷ ଓଡ଼ିଶା-ମେକ ଇନ୍‌ ଓଡ଼ିଶା କନକ୍ଲେଭ୍‌ । ଭୁବନେଶ୍ବର ଜନତା ମଇଦାନରେ ଏଥି ପାଇଁ ହୋଇଛି ଭବ୍ୟ ଆୟୋଜନ । ଏହାକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।କନକ୍ଲେଭରେ ସାମିଲ ହେବେ ୧୬ ଦେଶର ୭୫୦୦ ପ୍ରତିନିଧି ହେବେ ସାମିଲ ।୫ ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର ।ଓଡ଼ିଶାରୁ ଆରମ୍ଭ ହେବ ଶିଳ୍ପ ବିପ୍ଳବ ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହେବ ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ । ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଯେ, ବିଗତ ଦୁଇ ଦଶନ୍ଧୀ ଧରି ଶିଳ୍ପ ମରୁଭୂମି ପାଲଟିଥିଲା ଓଡ଼ିଶା । ଶିଳ୍ପପତିମାନଙ୍କୁ ଧରି ପ୍ରଥମ ଥର ପାଇଁ ଓଡ଼ିଶା ଆସିବେ ମୋଦି । ପୂର୍ବରୁ କେବଳ ମେଟାଲ ଶିଳ୍ପରେ ସୀମିତ ଥିଲା ମେକ୍‌ ଇନ୍‌ ଓଡ଼ିଶା I  ଏଥର ସେମି କଣ୍ଡକ୍ଟର, ଗ୍ରୀନ ଏନର୍ଜି, ରିନେବୁଲ ଏନର୍ଜି ଭଳି ସବୁ କ୍ଷେତ୍ରରେ ଫୋକସ୍ କରାଯାଇଛି I ଓଡ଼ିଶାର ପ୍ରତି ଜିଲ୍ଲାରେ ଖୋଲିବ ଶିଳ୍ପାନୁଷ୍ଠାନ।  ଉତ୍କର୍ଷ ଓଡିଶା ଯୁଗାନ୍ତକାରୀ ଓ  ଏତିହାସିକ ହେବ ।  ଉତ୍କର୍ଷ ଓଡ଼ିଶା– ମେକ୍‌ ଇନ୍‌ ଓଡ଼ିଶା କନ୍‌ କ୍ଲେଭରେ  ୪ଟି ସେସନ ହେବ । ଏଥି ସହ ୧୬ଟି କ୍ଷେତ୍ରୀୟ ସେସନ ମଧ୍ୟ  ରହିଛି ।   ମୋହନ ସରକାରରେ ୭ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ ଶିଳ୍ପ ସଂସ୍ଥାକୁ ସିଙ୍ଗଲ ଓ୍ବିଣ୍ଡୋ ଅନୁମୋଦନ ମିଳିଛି ।  ଏଥିରେ ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଜନତା ମଇଦାନରେ ଚାଲିବ ଉତ୍କର୍ଷ ଓଡ଼ିଶା ।ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ୧୦ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ ମୋଦି ।  ୧୧ଟାରୁ ୧୨ଟା ୩୦ ଯାଏଁ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବେ ।  ଦିନ ୧୨ଟା ୩୫ରେ ଜନତା ମଇଦାନରୁ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ । ୧୨ଟା ୫୫ରେ ପ୍ରଧାନମନ୍ତ୍ରୀ ପୁଣି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି SPG  । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ମୋଟ୍‌ ୬୦ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି ୪ଶହରୁ ଅଧିକ ଅଫିସର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!