ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି , ଅସ୍ତବ୍ୟସ୍ତ ଲୋକେ

ଭୁବନେଶ୍ୱର,୨୮ା୧: ଆଜି ସକାଳୁ ସକାଳୁ ଘନ କୁହୁଡ଼ି ଯୋଗୁଁ ଅସ୍ତବ୍ୟସ୍ତ ରାଜ୍ୟବାସୀ । କଲବଲ କରୁଛି କୁହୁଡି। ସକାଳୁ ସକାଳୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। କିଛି ଘଣ୍ଟା ପାଇଁ ନା ରାସ୍ତା ଦିଶୁଛି ନା କିଛି ଜାଣି ହେଉଛି। ଗତକାଲି ଭଳି ଆଜି ବି ଭୁବନେଶ୍ଵ, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁଡୁଡିର ଆସ୍ତରଣ ଦେଖିବାକୁ ମିଳିଛି।। ତେଣୁ ଦୁର୍ଘଟଣାର ଭୟ ମଧ୍ୟ ବଢ଼ିଛି । ୨୯ ତାରିଖରେ ମଧ୍ୟ ୧୪ ଜିଲ୍ଲାକୁ ଏବଂ ୩୦ ତାରିଖରେ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଘନ କୁହୁଡ଼ି ଅନୁଭୂତ ହେଉଛି। ଏହି ସ୍ଥିତି ଆଗାମୀ ୨-୩ ଦିନ ଯାଏଁ ଜାରି ରହିବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣରେ କୁହୁଡ଼ିର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଘନ କୁୁହଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ରହିବା ନେଇ ଆଶଙ୍କା ରହିଛି। କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୂତ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ତେଣୁ ଘନ କୁହୁଡି ସମୟରେ ଘାଟି ରାସ୍ତାରେ ଗାଡ଼ି ନ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ କରି ରାତି ୨ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବାରୁ ଏହି ସବୁ ଜିଲ୍ଲାରେ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!