ଚମ୍ପିଆନ୍ସ ଟ୍ରଫି ୨୦୨୫ର ଟିକେଟ୍ ବିକ୍ରି ପାଇଁ ଘୋଷଣା

ମୁମ୍ବାଇ ,୨୮।୦୧ : ଫେବୃଆରୀ ୧୯ରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫ । ଚଳିତ ଥର ପାକିସ୍ତାନ ଏବଂ ଦୁବାଇରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି । ଯାହା ମାର୍ଚ୍ଚ ୯ ତାରିଖ ଯାଏଁ ଚାଲିବ । ତେବେ ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ବଡ଼ ଅପପେଟ୍‌ । ମଙ୍ଗଳବାର (ଜାନୁଆରୀ ୨୮ ତାରିଖ)ରୁ ଚମ୍ପିଆନ୍ସ ଟ୍ରଫି ଲାଗି ଟିକେଟ୍‌ ବିକ୍ରି ଆରମ୍ଭ ହେବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୨୮ ତାରିଖ ମାନେ ମଙ୍ଗଳବାର ଠାରୁ ଚମ୍ପିଆନ୍ସ ଟ୍ରଫି ୨୦୨୫ ଲାଗି ଟିକେଟ୍‌ ବିକ୍ରି ଆରମ୍ଭ ହେବ । ମଙ୍ଗଳବାର ଦିନ ଅପରାହ୍ନ ୨ଟା ୩୦ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ । ଚମ୍ପିଆନ୍ସ ଟ୍ରଫିର ଜେନେରାଲ୍‌ ଟିକେଟ୍‌ ଦାମ୍‌ ୧୦୦୦ ପାକିସ୍ତାନୀ ମୁଦ୍ରାରୁ ଆରମ୍ଭ ହେବ । ଏହାବ୍ୟତୀତ ପ୍ରିମିୟମ୍‌ ଟିକେଟ୍‌ର ଦାମ୍‌ ପାକିସ୍ତାନୀ ମୁଦ୍ରା ୧୫୦୦ ଟଙ୍କାରୁ ଆରମ୍ଭ ହେବାକୁ ଧାର୍ଯ୍ୟ କରାଯାଇଛି । ଟିକେଟ୍‌ ବିକ୍ରି ପାଇଁ ଅଫଲାଇନ୍‌ ଏବଂ ଅନ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି । ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି ପାଇଁ ପାକିସ୍ତାନରେ ୧୦୦ଟି ଆଉଟ୍‌ଲେଟ୍‌ର ବ୍ୟବସ୍ଥା କରାଯାଇଛି । କେବଳ ଲିଗ୍‌ ଓ ସେମି ମୁକାବିଲା ପାଇଁ ଟିକେଟ୍‌ ବିକ୍ରି କରାଯିବ । ବାକି ଫାଇନାଲ ମ୍ୟାଚ୍‌ ପାଇଁ ବର୍ତ୍ତମାନ କୌଣସି ଟିକେଟ୍‌ ବିକ୍ରି କରାଯିବନାହିଁ । ଫାଇନାଲ ମ୍ୟାଚ୍‌ ପାଇଁ ପରବର୍ତ୍ତୀ ସମୟରେ ଟିକେଟ୍‌ ବିକ୍ରି କରାଯିବ ବୋଲି ସୂଚନା ମିଳିଛି । ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ ଦୁବାଇ/ଲାହୋରରେ ଖେଳାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!