‘ସୁଭଦ୍ରା’ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ, “ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ”

ଭୁବନେଶ୍ୱର,୨୮।୧: ୨୯ ଓ ୩୦ରେ ବ୍ୟାଙ୍କ ଯାଆନ୍ତୁ। ସୁଭଦ୍ରା ଆବେଦନକାରୀଙ୍କୁ ପ୍ରେସମିଟ୍‌ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି। ପ୍ରଭାତୀ କହିଛନ୍ତି, ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ। ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ। ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ।ସୁଭଦ୍ରା’ ଆବେଦନ କରି କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ଲାଗି ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନପିସିଆଇ ଫେଲ୍ ଯୋଗୁଁ ‘ସୁଭଦ୍ରା’ ଟଙ୍କା ପାଇ ନଥିବା ମହିଳାଙ୍କ ଲାଗି ସରକାର ବ୍ୟାଙ୍କ ଗୁଡ଼ିକ ସହ ମିଶି ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ବ୍ୟାଙ୍କ ଗୁଡ଼ିକ ଆସନ୍ତାକାଲି ଓ ପରଦିନ ସ୍ଵତନ୍ତ୍ର ବ୍ୟବସ୍ଥା କରିବେ ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୩ ଲକ୍ଷ ୩୧ ହଜାର ୧୮୮ ଜଣ ଆବେଦନକାରୀଙ୍କ ଏନପିସିଆଇ ଫେଲ୍ ହୋଇଛି । ଏମାନେ ପ୍ରକୃତ ହିତାଧିକାରୀ । ଏନପିସିଆଇ କ୍ଲିଅର ହେଲେ ଚତୁର୍ଥ ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ମିଳିବ । ଏନେଇ ସରକାର ବ୍ୟାଙ୍କ ସହ ଆଲୋଚନା କରିଛନ୍ତି । ଜାନୁଆରୀ ୨୯ ଓ ୩୦ରେ ବ୍ୟାଙ୍କ ଗୁଡ଼ିକ ବିଶେଷ କରି ଏନପିସିଆଇ ଫେଲ୍ୟୁର ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି ।ଯେଉଁମାନଙ୍କୁ କଲ୍‌ ଆସିଛି, ମେସେଜ୍‌ ଆସିଛି ଯାଆନ୍ତୁ। NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ବ୍ୟାଙ୍କମାନଙ୍କରେ ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ।ବ୍ୟାଙ୍କ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ଟଙ୍କା ପାଇବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!