ପୁରୀ,୨୮।୧: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଆସୁଛି ରଥ କାଠ। ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଡିବ ରଥକାଠ ବୋଝେଇ ହୋଇଥିବା ୩ଟି ଟ୍ରକ୍। ପୂଜାର୍ଚ୍ଚନା ପରେ ମହାବୀର କ୍ଷେତ୍ର ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୧୦୧ ଖଣ୍ଡ କାଠ ପଠାଯିବ। ସେଥିମଧ୍ୟରୁ ୪୮ ଖଣ୍ଡ ଅସନ ଏବଂ ୫୮ ଖଣ୍ଡ ଧଉରା କାଠ ରହିଛି। ଶ୍ରୀପଞ୍ଚମୀ ପୂର୍ବରୁ ରଥ ଖଳାରେ ରଥ କାଠ ପହଞ୍ଚିବାର ବିଧି ରହିଛି। ସେଥିପାଇଁ ଦଶପଲ୍ଲାର ପୋଖରୀଗୋଚ୍ଛା ଓ ଟାକେରା ସେକନ୍ସରୁ ରଥ କାଠ ପଠାଯାଉଛି। ରଥ ନିର୍ମାଣ ପାଇଁ ଅସନ , ଧଉରା, ଫାସି, ସିମିଳି ପ୍ରଜାତିର ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷର ୫୧ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତବର୍ଷ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |