ନୂଆଦିଲ୍ଲୀ,୨୮।୧: ଚଳିତବର୍ଷ ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) । ଏ ନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମାଲ । ୧୮୨ ଖେଳାଳି ୬୩୯.୧୫ କୋଟି ଟଙ୍କାରେ ମେଗା ଅକ୍ସନରେ କିଣାଯାଇଛନ୍ତି । ଏହି ମେଗା ଅକ୍ସନ୍ ସାଉଦି ଆରବର ଜେଦାହରେ ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା ।ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଷ୍ଟାଦଶ ସଂସ୍କରଣ ମାର୍ଚ୍ଚ ୨୧ରୁ ଆରମ୍ଭ ହେବ। ଆଇପିଏଲ୍ର ଅଧ୍ୟକ୍ଷ ଅରୁଣ ଧୁମାଲ ସୋମବାର ଏହା ସ୍ପଷ୍ଟ କରିଛନ୍ତି। ଏଥର ୧୦ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ମୋଟ୍ ୭୪ ମ୍ୟାଚ୍ ଖେଳାଯିବ। ମେ ୨୫ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଧୁମାଲ ଆହୁରି ମଧ୍ୟ କହିଛନ୍ତି, ୨୦୨୫ ଆଇପିଏଲ୍ ନିୟମରେ ଏଥର କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଫଳରେ ପୂର୍ବ ଦୁଇ ସଂସ୍କରଣ ଭଳି ଏଥର ମଧ୍ୟ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଲାଗୁ ହେବ। ଆଗାମୀ କିଛି ଦିନ ମଧ୍ୟରେ ଆଇପିଏଲ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବରରେ ଅନୁଷ୍ଠିତ ମେଗା ଖେଳାଳି ନିଲାମିରେ ୧୮୨ ଜଣ ଖେଳାଳିଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ ମୋଟ୍ ୬୩୯.୧୫ କୋଟି ଟଙ୍କାରେ କ୍ରୟ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |