ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ

ଭୁବନେଶ୍ୱର,୨୯।୧: ଓଡ଼ିଶା ପାଇଁ ନୂଆ ଆଶା ଓ ସମ୍ଭାବନା ଆଣିବ ଉତ୍କର୍ଷ ଓଡ଼ିଶା-୨୦୨୫। ପ୍ରଗତିର ନୂଆ ପରମ୍ପରା ସୃଷ୍ଟି କରିବ ଉତ୍କର୍ଷ ଓଡ଼ିଶା। ଏହାସହ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନକୁ ସାକାର କରିବ ଉତ୍କର୍ଷ ଓଡ଼ିଶା।ତେଣୁ ପର୍ଯ୍ୟଟନରେ ୧୨୧ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପାଖାପାଖି ୮ ହଜାର ୧୫୩ କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି।ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିଅମ୍ ସହିତ MOU ହୋଇଛି। ମ୍ୟୁଜିୟମ୍ ଟୁରିଜିମ ବଢ଼ାଇବାକୁ କିଛି ପଲିସି ବଦଳିବା ଦରକାର। ରିସର୍ଟ, ହୋଟେଲ, ଓ୍ୱାଟର ସ୍ପୋର୍ଟ୍ସ, ଆଡଭେଞ୍ଚର୍ସ ସ୍ପୋର୍ଟ୍ସକୁ ଗିରିତ୍ୱ ଦିଆଯାଇଛି।ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ୪.୩୩ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ବିଶ୍ବର ଅଗ୍ରଣୀ ଶିଳ୍ପପତିଙ୍କ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି।ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ଯେ, ଦୁଇଦିନ ବ୍ୟାପି କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ଇଣ୍ଟେଣ୍ଟ ଆସିଥିଲା। ଆମ ପଲିସିକୁ ସୁହାଇଲା ଭଳି MOU ହୋଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!