ନୂଆଦିଲ୍ଲୀ,୨୯ା୧:ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।ମହାକୁମ୍ଭ ମେଳାରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି, ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି।। ଆହତମାନେ କୁମ୍ଭ ଅଞ୍ଚଳର ସେକ୍ଟର-୨ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଏହି ଦୁର୍ଘଟଣାକୁ ନେଇ ଡିଆଇଜି କୁମ୍ଭ ଓ ମେଳା ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଡିଆଇଜି କହିଛନ୍ତି, “ଆଜି ମହାକୁମ୍ଭ ପ୍ରୟାଗରାଜରେ ପ୍ରବଳ ଭିଡ଼ର ଚାପ ରହିଥିଲା। ଏହି କାରଣରୁ ବ୍ୟାରିକେଡ୍ ଭାଙ୍ଗି ଦିଆଯାଇଥିଲା।ଏହାପରେ ଭିଡ଼ ଲୋକଙ୍କ ଦଳାଚକଟା ଆରମ୍ଭ ହୋଇଥିଲା। ସମୁଦାୟ ୯୦ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା।କାରଣ ଅମୃତ ସ୍ନାନ ପୂର୍ବରୁ ଜାନୁଆରୀ ୨୯ରେ ସଙ୍ଗମ ଘାଟ ଓ ନିମ୍ନ ସଙ୍ଗମ ରାସ୍ତାରେ ହୋଇଛି ଦଳାଚକଟା। ରାତି ୧.୩୦ରୁ ୩.୩୦ ମଧ୍ୟରେ ଦଳାଚକଟା ଘଟିବାରୁ ଅନେକ ମୃତାହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରାୟ ୧୦ ଜଣ ଦଳାଚକଟାରେ ପ୍ରାଣ ହରାଇଥିବା କୁହାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |