ରାଜ୍ୟରେ ଆସନ୍ତାକାଲିଠାରୁ ଖରା

ଭୁବନେଶ୍ବର,୨୯।୧:କାଲିଠୁ କଲବଲ କରିବ ଖରା  । ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଆସନ୍ତାକାଲିଠୁ ଖରା ବଢିବ।ଆସନ୍ତାକାଲି ଠାରୁ ଆଉ ଶୀତ ଅନୁଭୂତ ହେବ ନାହିଁ। ଶୀତର ସ୍ଥାନ ନେବ ଟାଇଁଟାଇଁ ଖରା। ସପ୍ତାହେ ଯାଏ ଗରମର ଅନୁଭୂତି ସହ  ଖରାରୁ ତ୍ରାହି ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଏବେ ରାଜ୍ୟରେ ସ୍ବାଭାବିକ ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକ ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । ସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି ।  ଆସନ୍ତା ୨୪ ଘଣ୍ଟାରେ ୨୪ ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଗତ ୨୪ ଘଣ୍ଟାରେ  ୧୦ଟି ଅଞ୍ଚଳରେ ଘନ କୁହୁଡି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡି ଦେଖିବାକୁ ମିଳିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବରଗଡରେ ସର୍ବାଧିକ ୩୩ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ପାରା ସର୍ବନିମ୍ନ ୧୦.୦ ଡିଗ୍ରି ଥିଲା। ଜି ଉଦୟଗିରିରେ ସର୍ବନିମ୍ନ  ତାପମାତ୍ରା ୯.୬ ଡିଗ୍ରି  ରେକର୍ଡ ହୋଇଛି। ଏହାସହ ଗତ ୨୪ ଘଂଟାରେ ଅନୁଗୁଳ କୋରାପୁଟ ଓ ନୟାଗଡରେ ଅତ୍ୟଧିକ ଘନ କୁହୁଡି ସହ ଚାନ୍ଦବାଲି ,କଟକ କେନ୍ଦୁଝର କେନ୍ଦ୍ରାପଡା ଭୁବନେଶ୍ୱର ଫୁଲବାଣୀ ଓ ଜଗତସିଂହପୁରରେ ଘନ କୁହୁଡି ଦୃଶ୍ୟମାନ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!