କଟକ, ୨୯।୧: ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଗୀତିକାର ବୃନ୍ଦାବନ ଜେନାଙ୍କ ପରଲୋକ । ୮୧ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ବାଟ ଅବାଟ, ଶାସ୍ତି ଓ ହରପାର୍ବତୀ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ବୃନ୍ଦାବନ । ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର ଭଳି କାଳଜୟୀ ଗୀତ ରଚନା କରିଥିଲେ ବୃନ୍ଦାବନ । ଗେଲବସରର ଦିନ ସରିଗଲା ଭଳି ଗୀତ ମଧ୍ୟ ସେ ରଚନା କରିଥିଲେ । ୩୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରି ପୁରସ୍କୃତ ହୋଇଥିଲେ ବୃନ୍ଦାବନ । ଗୀତିକାର ଭାବେ ଘର ସଂସାର, ଧରିତ୍ରୀ, ସିନ୍ଦୁର ବିନ୍ଦୁ ଭଳି ଚଳଚ୍ଚିତ୍ରରେ ମଧ୍ୟ ବୃନ୍ଦାବନ କାମ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |