ନୂଆଦିଲ୍ଲୀ,୨୯ା୧: ସାଉଦି ଆରବର ପଶ୍ଚିମ ଅଞ୍ଚଳର ଜିଜାନ ନିକଟରେ ବୁଧବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ସାଉଦି ଆରବର ଜିଜାନ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୯ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଜେଦାହସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଦୂତାବାସ ପକ୍ଷରୁ ମୃତକଙ୍କ ପରିବାରବର୍ଗକୁ ଯୋଗାଯୋଗ କରାଯିବା ସହିତ ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।ଏହି ସଡ଼କ ଦୁର୍ଘଟଣା ନେଇ ସମବେଦନା ଜଣାଇ ଜେଦାରେ ଥିବା ଭାରତୀୟ କନସୁଲେଟ୍ କହିଛନ୍ତି ଯେ, ପୀଡ଼ିତ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରାଯିବ। ଦୂତାବାସ କହିଛି ଯେ, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ପୀଡିତଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଛି।ଏହି ଘଟଣା ଜଣାପଡ଼ିବା ପରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗଭୀର ଶୋକପ୍ରକାଶ କରିଛନ୍ତି। ଜେଦାହସ୍ଥିତ ଦୂତାବାସ ସହିତ ସେ କଥାବାର୍ତ୍ତା ହୋଇ ମୃତକଙ୍କ ପରିବାର ଲୋକକୁ ସମସ୍ତ ପ୍ରକାର ସହାୟତା କରିବାକୁ କହିଛନ୍ତି। ଦୂତାବାସ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |