ଆଇଟିଡିଏ ପିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ଵର,,୩୦ା୧: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ଘର ସହ ଅଫିସ୍‌ରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ଵଦର୍ଶୀଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି ।ସୁନ୍ଦରଗଡ଼ ବଣାଇ ସହ ଭୁବନେଶ୍ଵର, ବାଲେଶ୍ଵର ଓ ଯାଜପୁରରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ଵରେ ୩ ଜଣ ଡିଏସ୍‌ଏସ୍ପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଚଢ଼ାଉ ଜାରି ରଖିଛନ୍ତି । ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କ ବଣାଇ ଅଫିସ୍ ଓ ଘରେ ଛାନଭିନ୍ କରୁଛି ଭିଜିଲାନ୍ସ ।ଭୁବନେଶ୍ଵର ଓଲ୍ଡ ଟାଉନ୍ ଶ୍ରୀରାମ ନଗରରେ ବିଶ୍ଵଦର୍ଶୀଙ୍କ ୨ ମହଲା ଘର, ଲକ୍ଷ୍ମୀସାଗର ଭଗବାନ ଟାୱାରରେ ଥିବା ଫ୍ଲାଟ, ଖାରବେଳ ନଗର ଇଭିଓଏସ୍ ଗାଲାକ୍ସିରେ ଥିବା ଫ୍ଲାର୍‍ ବାଲେଶ୍ଵର ଏସ୍ ଏନ୍ ସେନ ରୋଡରେ ଥିବା ସୁକୁମାର ନାୟକ ଆପାର୍ଟମେଣ୍ଟ, ଯାଜପୁର ଟାଉନରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!