ମୁମ୍ଵାଇ, ୩୦।୦୧; ସିଦ୍ଧିବିନାୟକ ମନ୍ଦିରରେ ଡ୍ରେସ୍ କୋଡ୍ ଲାଗୁ|ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ନୂଆ ନିୟମ । ସମସ୍ତ ଭକ୍ତଙ୍କ ପାଇଁ ଏକ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ମନ୍ଦିର ପ୍ରଶାସନର କହିବା ଅନୁଯାୟୀ, ମନ୍ଦିରର ପବିତ୍ରତା ଏବଂ ମର୍ଯ୍ୟାଦା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ନିୟମ ଅନୁଯାୟୀ, ଛୋଟ କିମ୍ବା ଚିରାଫଟା ପୋଷାକ ପିନ୍ଧି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ। ସମସ୍ତ ଭକ୍ତଙ୍କୁ ସୁନ୍ଦର ଏବଂ ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିରକୁ ଆସିବାକୁ ପଡିବ।ମନ୍ଦିର ପ୍ରଶାସନ ଅନୁଯାୟୀ, ଜାନୁଆରୀ ୩୦ ତାରିଖରୁ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନଙ୍କ ପାଇଁ ଏହି ନୂତନ ଡ୍ରେସ କୋଡ୍ ନିୟମ କାର୍ଯ୍ୟକାରୀ ହେବ। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ସ୍କର୍ଟ, ଚିରା ପୋଷାକ ଏବଂ ରିଭିଲିଂ ଡ୍ରେସ୍ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |