ପ୍ରୟାଗରାଜ,୩୦।୧: ପ୍ରୟାଗରାଜ ମହାକୁମ୍ଭରେ ଦଳାକଟକଣା ଘଟଣାରେ ହେବ ବିଚାର ବିଭାଗୀୟ ତଦନ୍ତ। ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୩ ଜଣିଆ ଜୁଡିସିଆଲ କମିଶନ ଗଠନ ହୋଇଛି। କମିଶନ ଘଟଣାର ତଦନ୍ତ କରି ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ଦେବେ। ଏଥିସହ ୟୁପିର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ।ମହାକୁମ୍ଭରେ ଯାନବାହନ ନିଷେଧ ଘୋଷଣା କଲେ ଯୋଗୀ ସରକାରା ମହାକୁମ୍ଭରେ ଭିଭିଆଇପି ପାସ୍ ଓ ଗାଡ଼ି ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛିାମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ମାମଲାରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାରାଏହି ରୁଟରେ କଟକଣା: ପ୍ରୟାଗରାଜକୁ ସଂଯୋଗ କରୁଥିବା ଜିଲ୍ଳା ସୀମାରୁ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି ।ଶ୍ରଦ୍ଧାଳୁଙ୍କ ସୁଗମ ଯାତ୍ରା ପାଇଁ ଗୋଟିଏ ରୁଟରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛିାଆସନ୍ତା ଫେବୃଆରୀ ୪ ତାରିଖ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା ରହିଛିା
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |