ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୩୦ା୧:ଡାବୁଗାଁ ସାପ୍ତାହିକ ହାଟରେ ଅଟୋ ଧକାରେ ଜଣେ ଆହତ, ଆହତକୁ ମାଡ଼ ମାରି ଅଟୋଡ୍ରାଇଭର ଫେରାର, ପୋଲିସ ର ତଦନ୍ତ ଆରମ୍ବ। ଆଜି ଡାବୁଗାଁ ସାପ୍ତାହିକ ହାଟ ଚାଲିଥିବା ସମୟରେ ଜଣେ ପଥଚାରିକୁ ପଛପଟୁ ଆସି ଅଟୋ ଧକା ଦେଇଥିଲା। ଏବଂ ଆହତକୁ ଅଟୋ ଚାଳକ ବା ଡ୍ରାଇବାର ଧକା ଦେବା ପରେ ମାଡ଼ ମଧ୍ୟ ମାରିଥିଲା ଏବଂ ଘଟଣା ସ୍ଥଳରୁ କେଉଁ ଆଡେ ଚାଲିଯାଇଥିଲା। ଆହତ ଜଣକ ହେଲେ ଚିକିଲି ଗ୍ରାମର ଧନସିଂ ଭତ୍ରା ଏବଂ ମାଡ଼ ମାରି ଫେରାର ହୋଇଯାଇଥିବା ଅଭିଯୁକ୍ତ ଅଟୋ ଡ୍ରାଇଭର ଡାବୁଗାଁ ସଦର ମହକୁମାର ଏବଂ ତାର ନାମ ବୁଟି। ଏହି ଘଟଣା ବିଷୟରେ ଜଣାଇବା ପରେ ଡାବୁଗାଁ ପୋଲିସ ତଦନ୍ତ ଆରମ୍ବ କରିଛି, ତଦନ୍ତ ପରେ ପ୍ରକୃତ ଘରଣାଟି ଜଣା ପଡିବ।ଆହତ ଜଣକ ଗାଡ଼ିସହ ଧକା ଦେଇ ମାଡ଼ ମାରି ଫେରାର ହିଊଯାଇଥିବା ଅଭିଯୁକ୍ତ ନା ରେ ଥାନାରେ ଲିଖିତ ଭାବରେ ଜଣାଇବ ବୋଲି ପରିବାର ତରଫରୁ ସୂଚନା ମିଲିଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |