ଭୁବନେଶ୍ୱର,୩୦।୧:ଆଜିଠୁ ଦୁଇ ଦିନ ପାଇଁ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକେ । ଜନସାଧାରଣଙ୍କ ଲାଗି ସମ୍ମିଳନୀ ଅବଧିକୁ ଦୁଇ ଦିନ ପାଇଁ ବଢ଼ାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ପର୍ଯ୍ୟନ୍ତ ଉତ୍କର୍ଷ ଓଡ଼ିଶା ପ୍ରଦର୍ଶନୀକୁ ବୃଦ୍ଧି କରାଯାଇଛି । ଦୁଇଦିନ ଧରି ଭୁବନେଶ୍ବର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଚାଲିଥିଲା । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଦେଶର ବିଶିଷ୍ଟ ଶିଳ୍ପପତି ଓ ଶିଳ୍ପ ସଂସ୍ଥା ମୁଖିଆଙ୍କୁ ନେଇ ୨ ଦିନର ନିବେଶ ମହାକୁମ୍ଭରେ ରାଜ୍ୟକୁ ଆଶାତୀତ ପୁଞ୍ଜି ଆସିବାର ବିଶାଳ ସମ୍ଭାବନା ସୃଷ୍ଟି ହୋଇଛି ।ଅପରପକ୍ଷରେ ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା ଫଳରେ ଶକ୍ତି (Energy), ଫୁଡ୍ ପ୍ରୋସେସିଂ,ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ବହୁ କଂପାନୀ ଓଡ଼ିଶାମୁହାଁ ହୋଇଛନ୍ତି । ପୂର୍ବରୁ ଉତ୍କର୍ଷ ଓଡ଼ିଶା ଓ ମେକ ଇନ ଓଡ଼ିଶା କନକ୍ଲେଭ୍ ଦୁଇ ଦିନ ଆୟୋଜିତ ହେବାପାଇଁ ସ୍ଥିର ହୋଇଥିଲା । ତେବେ ସାଧାରଣ ଲୋକଙ୍କ ପରିଦର୍ଶନ ଲାଗି ସମ୍ମିଳନୀକୁ ଆଉ ଦୁଇ ଦିନ ପାଇଁ ବୃଦ୍ଧି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |