ଭୁବନେଶ୍ବର ୩୦।୧: ରାଜ୍ୟରେ ନିବେଶ କରିବ ଫାଲ୍କନ୍ ଗ୍ରୁପ୍ର ଅଂଶ ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ । ଏହା ରାଜ୍ୟରେ ଦେଶର ସର୍ବବୃହତ ଟାଇଟାନିୟମ୍ ଡାଇଅକ୍ସାଇଡ୍ କାରଖାନା ସ୍ଥାପନ କରିବ । ଏହି ପ୍ରକଳ୍ପରେ କମ୍ପାନି ୧୫୦୦ କୋଟି ଟଙ୍କା ନିବେଶ କରିବ । ସୃଷ୍ଟି କରିବ ୫୦୦୦ରୁ ଉର୍ଦ୍ଧ୍ବ ରୋଜଗାର । ଏନେଇ ରାଜ୍ୟ ସରକାରଙ୍କ ସହ ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଓୟୁ ସ୍ଵାକ୍ଷରିତ ହୋଇଛି । ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ଼୍ ହେଉଛି ଫାଲକନ୍ ଦଳର ଏକ ମୁଖ୍ୟ ଭାଗ ଯାହା ଓଡ଼ିଶାର ଏକ ଘରୋଇ ବ୍ୟବସାୟ ସଂସ୍ଥା । ଏହା ଟାଇଟାନିୟମ୍ ଡାଇଅକ୍ସାଇଡ୍ (TiO2) ଉତ୍ପାଦନକୁ ପୁନର୍ବିକାସ କରିବାକୁ ଯାଉଛି । ଯାହା ପାଇଁ ୧୫୦୦ କୋଟି ଟଙ୍କା ନିବେଶ କରାଯିବାର ସ୍ଥିର ହୋଇଛି । ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୩୦,୦୦୦ଟନ୍ (KTPA) ହେବାକୁ ଥିବାବେଳେ ଏହାଦ୍ୱାରା ପେଣ୍ଟସ, କୋଟିଙ୍ଗ, ପ୍ଲାଷ୍ଟିକ୍ସ ଏବଂ ବସ୍ତ୍ର ଶିଳ୍ପରେ TiO2ର ଉତ୍ପାଦନ ଆବଶ୍ୟକତା ପୂରଣ କରାଯିବ । ଏହାସହ ୪୫୦ କୋଟିର ମଲ୍ଟି-ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କମ୍ପ୍ଲେକ୍ସ ଏବଂ ଏଆଇ ଏବଂ ରୋବୋଟିକ୍ ଚିକିତ୍ସା ସୁବିଧା ସହିତ ୫୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଖୋଲିବ । ଆର୍ଥିକ ସମୃଦ୍ଧ ବୃଦ୍ଧି କରିବା ସହିତ ଏହି ନିବେଶ ସୃଷ୍ଟି କରିବ ୫୦୦୦ରୁ ଉର୍ଦ୍ଧ୍ବ ରୋଜଗାର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |