ଆଜିଠୁ ବଜେଟ୍‌ ଅଧିବେଶନ , ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୩୧।୧:ସଂସଦର ବଜେଟ୍ ଅଧିବେଶନ ଆସନ୍ତାକାଲି ଠାରୁ  ଆରମ୍ଭ ହେବ। ଏହା   ପୂର୍ବରୁ ଆଜି ସଂସଦ ଭବନରେ ସର୍ବଦଳୀୟ ବୈଠକ  ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ଥିଲେ।ବୈଠକରେ ବିଭିନ୍ନ ଦଳର ନେତାମାନେ ଉପସ୍ଥିତ ଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, କଂଗ୍ରେସ ବିଧାୟକ କେ ସୁରେଶ, ଜୟରାମ ରମେଶ ଏବଂ ଗୌରବ ଗୋଗୋଇ, ଡିଏମ୍‌କେର ଟିଆର ବାଲୁ, ଜେଏମ୍‌ଏମ୍‌ର ମହୁଆ ମାଝୀ, ଏସ୍‌ପି ସାଂସଦ ରାମ ଗୋପାଳ ଯାଦବ ଏବଂ ରିଭଲ୍ୟୁସନାରି ସୋସିଆଲିଷ୍ଟ ପାର୍ଟି ସାଂସଦ ଏନ୍‌କେ ପ୍ରେମଚନ୍ଦ୍ରନ ଏହି ଏହି ବୈଠକରେ ଯୋଗ ଦେଇଥିଲେ। ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଏହି ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି।ରାଷ୍ଟ୍ରପତି ପ୍ରଥମେ ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ତାଙ୍କର ଅଭିଭାଷଣ ରଖିଛନ୍ତି। ରାଷ୍ଟ୍ରପତି ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ରାଷ୍ଟ୍ରପତି କହିଛନ୍ତି, ବିକଶିତ ଦେଶ ହେବାକୁ ନିଷ୍ପତ୍ତି ନେଇଛି। ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ବାମୀତ୍ୱ କାର୍ଡରେ ସାମିଲ କରାଯାଇଛି। ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି। ୧୦ ବର୍ଷର କାର୍ଯ୍ୟକାଳରେ ବିକଶିତ ଭାରତକୁ ଗତି ଦେଇଛି। ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଉଛି। ଆୟୁଷ୍ମାନ ଯୋଜନାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି। ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ବ ଦିଆଯାଉଛି। ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି। ଭାରତ ବିଶ୍ବର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି। ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ ହୋଇଛି। ମଧ୍ୟବିତ୍ତ ଯେତେ ବଡ଼ ସ୍ବପ୍ନ ଦେଖିବ, ଦେଶ ସେତେ ଆଗେଇବ।ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି। ଦଣ୍ଡ ନୁହେଁ, ନ୍ୟାୟ ସଂହିତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନର୍ଭରଶୀଳ ପଦକ୍ଷେପ ଉତ୍ସାହଜନକ। ନକ୍ସଲଙ୍କ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନକ୍ସଲ ପ୍ରଭାବିତ ଅଞ୍ଚଳ ୧୨୬ରୁ ହ୍ରାସ ହୋଇ ୩୮ରେ ପହଞ୍ଚିଛି। ବିଶ୍ବବନ୍ଧୁର ଛବି ମଜଭୁତ ହୋଇଛି। ବିପଦ ଓ ପ୍ରାକୃତିକ ବିପର୍ଯ୍ୟୟରେ ଭାରତ। ନର୍ଥଇଷ୍ଟର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ୩୭୦ ଉଚ୍ଛେଦ ପରେ କଶ୍ମୀରରେ ବିକାଶର ବାତାବରଣ ସୃଷ୍ଟି ହୋଇଛି। ଲୋକ ସଭା ଓ ବିଧାନସଭା ନିର୍ବାଚନ ସେଠାରେ ଶାନ୍ତିରେ ସରିଛି। ଆଜି ବିଶ୍ବ ଭାରତର ଯୋଗ ପରମ୍ପରାକୁ ମାନିଛି। ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ଆର୍ଥିକ ସର୍ଭେ ଉପସ୍ଥାପନ କରି ଦେଶର ଅର୍ଥନୈତିକ ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି।ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ ୨୦୨୫-୨୬ ଆର୍ଥିକ ବର୍ଷପାଇଁ ଜିଡିପି ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। ପିଟିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!