ଆଜି ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ,ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୨: ଆଜି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ସାଧାରଣ ବଜେଟ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଟିମ ସହିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବଜେଟର ଏକ କପି ତାଙ୍କୁ ପ୍ରଦାନ କରିଥିଲେ।ଆଜି ସଂସଦରେ ଉପସ୍ଥାପତି ହେବ ପୂର୍ଣ୍ଣାଙ୍ଗ ବଜେଟ୍‌। ଏ  ଏହି ବଜେଟ୍‌କୁ ରାଷ୍ଟ୍ରପତିଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି। ଏହି ସମୟରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଥିଲେ।ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ। ନିଜ ହାତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ମଳା ସୀତାରମଣଙ୍କୁ ଦହି ଚିନି ଖୁଆଇ ଦେଇଥିଲେ।ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ। ତେବେ ଏଥର ବଜେଟ୍ ଲୋକାଭିମୁଖୀ ହେବ ବୋଲି ଆଶା ରଖିଛନ୍ତି ଲୋକେ। ସାଧାରଣ ଗୃହିଣୀଠାରୁ ଆରମ୍ଭ କରି ଆୟକର ଦାତା ଯାଏ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!