ନବରଙ୍ଗପୁର (ମିହିର ଶଙ୍କର ପାତ୍ର),ମହାମହିମ ରାଷ୍ଟ୍ରପତିଙ୍କ ବିରୋଧରେ ସନିଆ ଗାନ୍ଧୀ ଙ୍କ ଆପତ୍ତି ଜନକ ମନ୍ତବ୍ୟ କୁ ବିରୋଧ କରି ଡାବୁଗାଁ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଏହି ଅବସରରେ ବିଜେପି ର ବରିଷ୍ଠ ନେତା ସୋମନାଥ ପୂଜାରୀ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଜେ ରାଜଶେଖର ରାଓ, ନରେଶ ସିଂ ଲାଲ୍, ଜି ସତ୍ୟ ରାଓ, ଜି କିରଣ କୁମାର, ଓ୍ବାଈ ରାଜକୁମାର, ପପିନ୍ କୁମାର ମୁନି, ଦିନେଶ ସିଂ, ନରୁ ସିଂ, ସୁଜିତ୍ ପାତ୍ର, ଗଣେଶ ପାତ୍ର ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ କଂଗ୍ରେସ ନେତ୍ରୀ ସନିଆ ଗାନ୍ଧୀ “ପୁର୍ ଲେଡି” ଓ ରାହୁଲ ଗାନ୍ଧୀ ରାଷ୍ଟ୍ରପତି ଙ୍କ ଅବିଭାଷଣ କୁ “ବୋରିଂ” ବୋଲି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ସୋମନାଥ ପୂଜାରୀ ଓ ଜୟନ୍ତ କୁମାର ପାତ୍ର ପ୍ରେସ କୁ ଜଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |