କାଲିଠୁ ବାରବାଟୀ ଟିକଟ୍‌ ବୁକିଂ

କଟକ,୧।୨ : ବାରବାଟୀ ମୁକାବିଲା ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅନଲାଇନ୍‌‌ ଟିକଟ ବୁକିଂ। ଫେବୃୟାରୀ ୯ରେ ଏଠାରେ ହେବାକୁ ଥିବା ଭାରତ-ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌‌ ନିମନ୍ତେ ଆଶାୟୀ କ୍ରିକେଟପ୍ରେମୀ ରବିବାର  ଅପରାହ୍ନ ୪ଟାରୁ ଟିକଟ୍‌‌ ବୁକ୍‌‌ କରିପାରିବେ।  ମୋବାଇଲ ଆପ୍ଲିକେସନ district by zomato କିମ୍ବା ଗୁଗଲ୍‌‌ ବ୍ରାଉଜରରେ zomato.in ଲଗ୍‌‌ ଇନ କରି ଟିକଟ୍‌‌ ବୁକ୍‌‌ କରିହେବ।ବାରବାଟୀ ଦିନିକିଆ ପାଇଁ ରବିବାର ଠାରୁ ଅନଲାଇନ ଟିକେଟ୍ ବିକ୍ରି ହେବ । ରବିବାର ଅପରାହ୍ନ ୪ଟାରୁ ଅନଲାଇନ୍‌ରେ ମିଳିବ ଟିକେଟ୍ । District.inଓ୍ବେବସାଇଟ୍‌ରେ ବୁକ୍‌ କରିହେବ ଟିକେଟ୍ । Insider.inରେ ମଧ୍ୟ ବୁକ୍‌ କରିହେବ ଟିକେଟ୍ । Insider.inରେ କ୍ଲିକ୍ କଲେ District Appକୁ ରିଡାଇରେକ୍ଟ ହେବ, District Appରେ ‘ବୁକ୍ ଟିକେଟ୍ ‘ ବଟନରେ କ୍ଲିକ୍ କଲେ ବୁକ୍ ହେବ ଟିକେଟ୍ । ଅନ୍‌ଲାଇନ୍‌ରେ ବିକ୍ରି ହେବ ୪ ହଜାର ଟିକେଟ୍ ।ଅଗଣିତ କ୍ରିକେଟପ୍ରେମୀ ବାରବାଟୀ ମୁକାବିଲା ନିମନ୍ତେ ଟିକଟକୁ ଅପେକ୍ଷା କରି ରହିଛନ୍ତି। ଆସନ୍ତା କାଲି ଅନ୍‌ଲାଇନ୍‌ରେ ପ୍ରଥମ ପର୍ଯ୍ୟାୟରେ ଟିକଟ୍‌‌ ଉପଲବ୍ଧ ହେବ। କାଉଣ୍ଟର ଖୋଲିବା ଆଗରୁ ଅନଲାଇନ୍‌‌ ଜରିଆରେ ଟିକଟ ବୁକିଂ ଆରମ୍ଭ ହେବ। ମୋଟ୍‌‌ ୪ହଜାର ଟିକଟ୍‌‌ ଅନଲାଇନ୍‌‌ରେ ବିକ୍ରି ନିମନ୍ତେ ଓସିଏ ସ୍ଥିର ରହିଛି। ଏହା ଭିତରେ ଗ୍ୟାଲେରୀ ନଂ-୨ର ୧୦୭୦ଟି, ଗ୍ୟାଲେରୀ ନଂ-୪ର ୧୦୮୦ଟି, ଗ୍ୟାଲେରୀ ନଂ-୭ର ୧୫୦୦ଟି, ସ୍ପେଶିଆଲ ଏନକ୍ଲୋଜରର ୨୦୦ଟି, ଏସି ବକ୍ସର ୫୦ଟି ଏବଂ ନ୍ୟୁ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!