ଭୁବନେଶ୍ୱର,୩।୨: ମାଘ ସରିନି ହେଲେ ରାଜ୍ୟରେ ପାରଦ ଏବେଠୁ ଉପରମୁହାଁ ହେଲାଣି। ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି।ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬ ଡିଗ୍ରୀ ପାର କଲାଣି ପାରଦ। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ସବୁଠି ପ୍ରବଳ ଗରମ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି।ଫେବୃଆରୀ ଆରମ୍ଭରୁ କଲବଲ କଲାଣି ଖରା ।ଉପକୂଳ ଓଡ଼ିଶାରେ ବଢିଲା ତାତି । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିଛି ସ୍ଥାନରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।ତେବେ ମାଘ ମାସରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ତାପମାତ୍ରା ରହିଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ଯେଉଁ ସମୟରେ ପାରଦ ହ୍ରାସ ପାଇବା କଥା ସେହି ସମୟରେ ପାରଦ ବଢ଼ି ବଢ଼ି ଚାଲିଛି। ଏହାସହ ରାଜ୍ୟର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ଚଳିତ ବର୍ଷ ପ୍ରଥମ ଥର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୮, ଝାରସୁଗୁଡା ୩୫.୬, ସମ୍ବଲପୁର ୩୫.୧ ଓ ଭବାନୀପାଟଣାରେ ତାପମାତ୍ରା ରହିଥିଲା ୩୫ ଡିଗ୍ରୀ ସେଲସିୟସ୍। ରାଜଧାନୀ ଭୁବନେଶ୍ବରରେ ପାରଦ ୩୪.୯ ଡିଗ୍ରୀ ସେଲସିୟସ୍ ରହିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |