ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୩ା୨ :ସରସ୍ବତୀ ପୂଜା ଅବସରେ ଅପରାହ୍ନ 12ଘଣ୍ଟା ସମୟରେ ଡାବୁଗାଁ ଗାନ୍ଧୀ ପାର୍କ ନିକଟରେ ଲିଟିଲ ଚେମ୍ପିୟନସ ଏକାଡେମୀ ଆରମ୍ବ ହେଲା। ଏହି ଅବସରରେ ଲିଟିଲ ଚେମ୍ପିୟନସ ଏକାଡେମୀ କୁ ଉଦଘଟଣା କଲେ ଡାବୁଗାଁ ବିଧାୟକ ଶ୍ରୀ ମୋନହର ରନ୍ଧାରୀ ଏବଂ ତାଙ୍କ ସହ ଉପସ୍ଥିତି ଥିଲେ ଡାବୁଗାଁ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ବ୍ଲକ ଅଧକ୍ଷା ବୀଣା ମଝି, ଉପାଧ୍ୟାକୟ ସଦାନନ୍ଦ ନାୟକ, ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଷୟୀ, ବିଧାୟକ ପ୍ରତିନିଧି ବୁଲୁ ରାଓ, ବିଜେଡି ବରିଷ୍ଟ ନେତା ଅପା ରାଓ, କଂଗ୍ରେସର ବରିଷ୍ଟ ନେତା ପ୍ରକାଶ ପଣ୍ଡା, ବାବି ଜେନା, ବୋଗୁଲା ଜେନା, ଭଗବାନ ଖୁଣ୍ଟିଆ ପ୍ରମ୍ମୁଖ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |