ନବରଙ୍ଗପୁର ଠାରେ ମିଶନଶକ୍ତିର ଇସିମାନେ ନିଜ ହକ ପାଇଁ ରାଜ ରାସ୍ତାକୁ ଅହ୍ଲାଇ ଧାରଣାଦେଲେ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୩ା୨ :ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା ଜୀବିକା ମିଶନ ଶକ୍ତି ଇ ସି ସଙ୍ଘ ତରଫରୁ ପୋଲିସ ପଡିଆ ଠାରୁ ଏକ ଶୋଭା ଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଭିକ୍ଷୁବ ପ୍ରଦର୍ଶନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟ ମନ୍ତ୍ରୀ ତଥା ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗର ମୁଖ୍ୟ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ୭ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୦୦ ମସିଆରୁ ୨୦୧୯ ପର୍ଯ୍ୟନ୍ତ ବିନା ଆର୍ଥୀକ ସହାୟତାରେ ଏହି ଇ.ସି. ମାନେ ନିରବଛିନ୍ନ ସେବା ଯୋଗାଇ ଆସୁଥିବା ବେଳେ ଏବେ ଧାର୍ଯ୍ୟ ଗସ୍ତ ଭତ୍ତା ଲାଗୁ ହେବାପରେ ଇ.ସି.ମାନଙ୍କ ସେବାକୁ ମୂଲ୍ୟାଙ୍କନ ନକରି ପୁନଃଗଠନ ଆଳରେ କାର୍ଯ୍ୟରୁ ଅନ୍ତର କରିବା ପ୍ରୟାସ କରିଛନ୍ତି ରାଜ୍ୟସରକାର। ଏହାକୁ ବିରୋଧ କରି ଆଜି ନିଜ ହକ ପାଇଁ ରାଜରାସ୍ତାକୁ ଅହ୍ଲାଇ ପ୍ରତିବାଦ କଲେ ନବରଙ୍ଗପୁର ଜିଲ୍ଲାର ୧୦ ଟି ବ୍ଲକର ଇସି ମାନେ।।ବର୍ତ୍ତମାନ ଗତ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ଇ.ସି. ମାନଙ୍କୁ ଭତ୍ତା ମଧ୍ୟ ମିଳିନାହିଁ। ଏଭଳିସ୍ଥିତିରେ ରାଜ୍ୟରେ ନୂତନ ସରକାର ଦାୟିତ୍ୱଗ୍ରହଣ ପରେ ଗତ ୨୬ ତାରିଖରେ ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ତଥା ସିଇଓଙ୍କ ପକ୍ଷରୁ ଜିଲାପାଳ ମାନଙ୍କୁ GPLF ଏବଂ CLF ମାନଙ୍କରେ ସଭାପତି ଓ ସମ୍ପାଦକ, ଇସି ମାନଙ୍କୁ ପଦ ପୁନଃଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ଲକ୍ଷାଧିକ କର୍ମଜୀବୀ ମହିଳା କ୍ଷତିଗ୍ରସ୍ତ ହେବେ ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି।ଏଭଳିସ୍ଥିତିରେ ଜୀବିକା ମିଶନ ଓ ମିଶନ ଶକ୍ତିର ଇ.ସି. ପୁନଃଗଠନ ବନ୍ଦ, CLF,..GPLF,… BLF…,DLFରେ ଥିବା ଇ.ସି.ସଦସ୍ୟାଙ୍କୁ ସ୍ଥାୟୀ ନିଯୁକ୍ତି, ସଭାପତି ଓ ସମ୍ପାଦକ ପଦବୀ ପୁନଃଗଠନ ବେଳେ ସେମାନଙ୍କୁ ଉକ୍ତ ପଦରେ ପୁନଃ ଅବସ୍ଥାପିତ କରିବା ଏଭଳି ୭ଟି ଦାବି ଜିଲାପାଳଙ୍କ ଜରିଆରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ ଏକ ହଜାର ରୁ ଉର୍ଦ୍ଧ ଇସି।। ଉପରୋକ୍ତ ୭ ଦଫା ଦାବି ପୂରଣ କରାନଗଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ମିଶନ ଶକ୍ତି ମହାସଂଘ ଚେତାବନୀ ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!