ରେଳ ୱାଗନରୁ ୧୨ ବୋମା ଜବତ

ଭୁବନେଶ୍ୱର,୪।୩:ରେଳ ୱାଗନରେ ୧୨ ବୋମା ଜବତ ।କଣ୍ଟାବାଞ୍ଜିରେ ଏକ ବଡ ଦୁର୍ଘଟଣାକୁ ଟାଳି ଦିଆଯାଇଛି। ଏକ ରେଳ ୱାଗନ ମଧ୍ୟରୁ ୧୨ଟି   ବୋମା ଜବତ କରାଯାଇଥିବା ବେଳେ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଥିଲା। ବଲାଙ୍ଗୀର  ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ସୋମବାର ୧୨ ଟି ଜୀବନ୍ତ ବୋମା ଉଦ୍ଧାର କରାଯାଇଛି। ରେଳ ୱାଗନ ଭିତରୁ ଏହି ବୋମା ଗୁଡିକ ଜବତ କରାଯାଇଥିଲା।ପ୍ରତିଦିନ ଷ୍ଟେସନକୁ ଆସୁଥିବା ରେଳ ୱାଗନକୁ ଯାଞ୍ଚ କରାଯାଏ। ଯାଞ୍ଚ ସମୟରେ ରେଲୱେ ପୋଲିସ ଓ ରେଳ କର୍ମଚାରୀ ୧୨ଟି ଅଫୁଟା ବୋମା ଜବତ କରିଥିଲେ। ବୋମା ଗୁଡିକ ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିର ବୋଲି ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି। ଏହ ବୋମା ଗୁଡିକ ଫେରାଇ ଦିଆଯାଇଥିବା କହିଛନ୍ତି ଷ୍ଟେସନ ମ୍ୟାନେଜର। କିନ୍ତୁ ଅର୍ଡନାନ୍ସ ଫ୍ୟାକ୍ଟ୍ରିର ବୋମା ରେଳ ୱାଗନ ଭିତରକୁ କିପରି ଆସିଲା ତାହା ଜଣାପଡ଼ିନାହିଁ।ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିର ଏହି ବୋମା ଗୁଡିକ ଥିବା ବେଳେ ଏହା ଟ୍ରେନ ମଧ୍ୟକୁ କିପରି ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ୟୁନିଟର ବୋମା ରହିଥିବା ବେଳେ ଏଥିରେ ୧୨ଟି ବୋମା ରହିଛି। ରେଳ ୱାଗନରେ ଆସିଥିବା ଅସ୍ତ୍ରଶସ୍ତ୍ର ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଅନଲୋଡ ହୋଇଥିଲା। ମହାରାଷ୍ଟ୍ରରୁ ଏହି ଅସ୍ତ୍ରଶସ୍ତ୍ର ସବୁ ଆସିଥିଲା। ରାତିରେ ଅନଲୋଡ ହୋଇଥିବା ବେଳେ ଭୁଲ ବଶତଃ ଏହି ୟୁନିଟଟି ରହି ଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ୱାଗନରେ ଚାଉଳ ଲୋଡ ହେବା ପାଇଁ କଣ୍ଟାବାଞ୍ଜି ଆସିଥିଲା।ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଅନଲୋଡ ହୋଇ ସାରିଥିବା ବେଳେ ପରେ ଚେକିଂ ସମୟରେ ଏହି ୟୁନିଟ ମିସ ହୋଇଥିବା ଜଣା ପଡିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!