ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର,୪।୨:ଆସନ୍ତା ୧୮ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ଆଜି ପ୍ରେସ୍‌ମିଟ୍‌ କରି କୁହାଯାଇଛି ଯେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ। ୧୨୭୬ ସେଣ୍ଟରରେ ୩,୯୩,୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।   ମୋଟ ୨୨ଟି ସିଟିଙ୍ଗରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ପରୀକ୍ଷା କେନ୍ଦ୍ର ହୋଇଥିବା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିସି ଟିଭି ବ୍ୟବସ୍ଥା ହୋଇଥିବା ପରିଷଦ କର୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ।ଏଥି ସହିତ ପରୀକ୍ଷା ସୁରୁଖୁରୁ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏଁ ପରୀକ୍ଷା ଚାଲିବ । ଦିବ୍ୟାଙ୍ଗ ପାଇଁ ୪ଘଣ୍ଟାର ପରୀକ୍ଷା ରହିବ । ପରୀକ୍ଷାକୁ ନେଇ ଯେଉଁମାନେ ଗୁଜବ ସୃଷ୍ଟି କରିବେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କପି ରୋକିବା ପାଇଁ ୫ ଥାକିଆ ସ୍କ୍ୱାଡ୍‌ ବ୍ୟବସ୍ଥା କରାଯାଇଛି। ୩୦ ଜିଲ୍ଲାର ୩୫ ସ୍ଥାନରେ ସ୍କ୍ୱାଡ୍‌ ରହିବେ। ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ରହିବ । ପ୍ରତି ପରୀକ୍ଷା କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା ରହିବ।ଦିବ୍ୟାଙ୍ଗ ମାନଙ୍କୁ ପରୀକ୍ଷା ସମୟରେ ଅଧିକ ୨୦ ମିନିଟ ସମୟ ଦିଆଯିବ ବୋଲି ପରିଷଦ କର୍ତୃପକ୍ଷ କହିଛନ୍ତି। ଚଳିତ ଥର ପରୀକ୍ଷା ସମୟରେ କପି ରୋକିବା ପାଇଁ ପଞ୍ଚସ୍ଥରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!