ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୪।୨:ଆଜି ଡାବୁଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ରେ ନବ ନିର୍ବାଚିତ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ ଙ୍କୁ ସ୍ଵାଗତ କରା ଯାଇଛି। ଏହି ଅବସରରେ ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ଜିଲ୍ଲା ସଂପାଦକ ସୀମାଞ୍ଚଳ ବିଷୟୀ, ବିଜେପି ଡାବୁଗାଁ ମଣ୍ଡଳ ଉପ ସଭାପତି ନରେଶ ସିଂ ଲାଲ୍, ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଜି କିରଣ କୁମାର ଏବଂ ବରିଷ୍ଠ ନେତା ଭୀମସେନ ଜେନା ଉପସ୍ଥିତ ଥିଲେ। ଆଜି ସଭାପତି ହେବା ପରେ ପ୍ରଥମ ଥର ଡାବୁଗାଁ ଆସି ଥିବା କାରଣରୁ ସ୍ବାଗତ କରା ଯାଇଥିଲା। ଡାବୁଗାଁ ବ୍ଲକ ବିଜେପି ତରଫରୁ କିଛି ଦିନ ପରେ ଭବ୍ୟ ସ୍ଵାଗତ ସମାରୋହ ର ଆୟୋଜନ କରାଯିବ ବୋଲି ଜେ ରାଜଶେଖର ରାଓ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |