ମୋ ବସ୍‌ ଧକ୍କାରେ ନାବଳିକାଙ୍କ ମୃତ୍ୟୁ

ବାରଙ୍ଗ,୪।୨ :  ଜୀବନ ନେଲା ‘ମୋ ବସ’ । ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଆଜି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଜଣେ କୁନି ଝିଅର ମୃତ୍ୟୁ ଘଟିଛି। ଉକ୍ତ କୁନି ଝିଅର ବୟସ ୧୩ ବର୍ଷ ବୋଲି ଜଣାପଡ଼ିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳିକାଙ୍କ ବୟସ ୧୩ ବର୍ଷ ବୋଲି ଜଣାପଡିଛି।ରଘୁନାଥପୁର ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ଓ ବାଉଁଶ ପକାଇ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଅନ୍ୟପଟେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ମଧ୍ୟ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ବତଃ ପ୍ରବୃତ୍ତ ଭାବେ ଗ୍ରାମବାସୀଙ୍କ ସହ ରାସ୍ତାରୋକରେ ସାମିଲ ହୋଇଛନ୍ତି। ନାବାଳିକା ଜଣଙ୍କ ଫୁଲ ତୋଳି ସାଇକେଲ ଯୋଗେ ଯିବା ପାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଭୁବନେଶ୍ୱରରୁ ନନ୍ଦନକାନନ ଅଭିମୁଖେ ଆସୁଥିବା ମୋ ବସ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!