ନୂଆଦିଲ୍ଲୀ,୪।୨:ଆସନ୍ତାକାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ଆର୍ବିଆଇର ମୁଦ୍ରା ନୀତି କମିଟି (ଏମ୍ପିସି) ବୈଠକ ବସିବାକୁ ଯାଉଛି। ଆର୍ବିଆଇର ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ନେତୃତ୍ବରେ ବସିବାକୁ ଥିବା ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଏଥିରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏଥିରେ ରେପୋ ରେଟ୍ ହ୍ରାସ ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଶା ରହିଛି।୨୦୨୫-୨୬ର ବଜେଟରେ କେନ୍ଦ୍ର ସରକାର ବ୍ୟୟ ବଢ଼ାଇବାକୁ ପ୍ରାଧାନ୍ୟ ଦେଇଛନ୍ତି। ଆର୍ଥିକ ବୃଦ୍ଧି ବଢାଇବା ପାଇଁ ଏହା ଜରୁରୀ ବୋଲି କୁହାଯାଉଛି। ଆର୍ବିଆଇ ରେପୋ ରେଟ୍ ହ୍ରାସ କରି ଏ କ୍ଷେତ୍ରରେ ସରକାରଙ୍କୁ ସହଯୋଗ ଦେଇପାରେ। ଆର୍ବିଆଇ ୨ ବର୍ଷ ହେଲା ରେପୋ ରେଟ୍କୁ ସ୍ଥିର ରଖିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |