ଭୁବନେଶ୍ୱର,୪।୨:ସାରା ରାଜ୍ୟରେ ଜନସଂଖ୍ୟା ଆଧାରିତ କ୍ୟାନସର ରେଜିଷ୍ଟ୍ରି ପାଇଁ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ରାଜ୍ୟରେ କେତେ ପ୍ରକାର କ୍ୟାନସର ଦେଖାଯାଉଛି ତା ଉପରେ ତଥ୍ୟ ସଂଗ୍ରହ କରାଯିବ। ସେହିପରି କେଉଁ ଅଞ୍ଚଳରେ କେଉଁ ପ୍ରକାରର କ୍ୟାନସର ଅଧିକ ରହୁଛି ତା ଉପରେ ମଧ୍ୟ ତଥ୍ୟ ସଂଗ୍ରହ ହେବ। କେଉଁ ଅଞ୍ଚଳରେ କେଉଁ କାରଣରୁ କ୍ୟାନସର ବିପଦ ରହୁଛି, କିଭଳି ଚିକିତ୍ସା ସେବା ମିଳୁଛି, ସେସବୁ ତଥ୍ୟ ଏହି ରେଜିଷ୍ଟ୍ରିରେ ରହିବ । ଏହା ଆଧାରରେ ରାଜ୍ୟ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ବିଶ୍ବ କର୍କଟ ଦିବସରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶାରେ ଆରମ୍ଭ ହେବ କିଡନୀ ରୋଗ ଓ କ୍ୟାନସର ରେଜିଷ୍ଟ୍ରି । ସାରା ରାଜ୍ୟର ସମସ୍ତ ୩୦ ଜିଲ୍ଲାର ତଥ୍ୟକୁ ନେଇ ଦୁଇ ପ୍ରକାର ରେଜିଷ୍ଟ୍ରି ରହିବ, ହସ୍ପିଟାଲ ଆଧାରିତ ରେଜିଷ୍ଟ୍ରି, ଜନସଂଖ୍ୟା ଆଧାରିତ ରେଜିଷ୍ଟ୍ରି । ବର୍ତ୍ତମାନ ସମୟରେ ଆଚାର୍ଯ୍ୟ ହରିହର, ଭୁବନେଶ୍ୱର AIIMS ଓ ଆପୋଲୋ ଭୁବନେଶ୍ଵରରେ ହସ୍ପିଟାଲ ଆଧାରିତ ରେଜିଷ୍ଟ୍ରି ଚାଲିଛି । ସେଥିରେ ରୋଗୀଙ୍କ ତଥ୍ୟ ରଖି ବିଶ୍ଳେଷଣ କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |