ମାଲକାନଗିରି ,୫।୨ : ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭି ଯୋଗରେ ଭିଜିଲାନ୍ସର ତିନିଟା ଟିମ୍ ଏହି ଚଢ଼ାଉ କରିଛି ଏଥିସହ ତାଙ୍କ କାର୍ଯ୍ୟାଳୟର ଜଣେ ଠିକା କର୍ମଚାରୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ଘରେ ମଧ୍ୟ ଏକକାଳୀନ ଚଢାଉ ଜାରି ରହିଛିା ଜୟପୁରସ୍ଥିତ ପ୍ରକଳ୍ପ ଉପନିର୍ଦେଶକଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି।ଜି ସକାଳୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶାନ୍ତନୁଙ୍କ ଜୟପୁର ଘର ସମେତ ୭ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଶାନ୍ତନୁଙ୍କ କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ୱର ହାଡସିଂ ବୋର୍ଡ କଲୋନୀରେ ଥିବା ଘର ଓ ଭୀମଟାଙ୍ଗୀରେ ଥିବା ଘର,କୋରାପୁଟ ଜିଲ୍ଲା ଜୟପୁରରେ ଥିବା ଘର ସମେତ ମାଲକାନଗିରିରେ ଚଢ଼ାଉ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |