କଟକ,,୫।୨: ବାରବାଟୀ ଦିନିକିଆ ପାଇଁ ଟିକେଟ ଖଣ୍ଡେ ପାଇବାକୁ ଖୁବ ଝାଳ ବୁହାଇଛନ୍ତି କ୍ରିକେଟ ଫ୍ୟାନ।କିନ୍ତୁ କ୍ରିକେଟ୍ ପ୍ରେମୀଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇବାରେ ବିଫଳ ହେଲା ପୋଲିସ ଏବଂ ପ୍ରଶାସନ।ଏପରିକି ପରିସ୍ଥିତି ଏମିତି ହେଲା ଯେ, ୧୦ରୁ ଅଧିକ ଲୋକ ବେହୋସ ହୋଇ ମେଡିକାଲରେ ଭର୍ତ୍ତି ହେଲେ।ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ୩ ଜଣ ପୋଲିସ ମଧ୍ୟ ଆହତ। ମୋଟ ଉପରେ ଚରମ ଅବ୍ୟବସ୍ଥା ଭିତରେ ବିକ୍ରି ହେଲା ବାରବାଟୀ ୱାଣ୍ଡେ ଟିକେଟ୍। ଆଉ ଏଭଳି ବିଶୃଙ୍ଖଳା ହୁଏତ ଆଗରୁ ଦେଖିବାକୁ ମିଳିନଥିଲା। ଏହିସବୁ ଅବ୍ୟବସ୍ଥା ଭିତରେ ସବୁ ଗ୍ୟାଲେରୀର ଟିକେଟ୍ ବିକ୍ରି ଶେଷ ହୋଇଛି। ଦିନକ ମଧ୍ୟରେ ସମସ୍ତ ଟିକେଟ୍ ବିକ୍ରି ଶେଷ ହୋଇ ଯାଇଥିବା ବେଳେ ଟିକେଟ୍ ଖଣ୍ଡେ ନ ପାଇ ନିରାଶ ହୋଇ ଫେରିଛନ୍ତି ହଜାର ହଜାର କ୍ରିକେଟ୍ ପ୍ରେମୀ।ଦୀର୍ଘ ସମୟ ଧାଡିରେ ଛିଡା ହେବା ପରେ ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି । କାଲି ସନ୍ଧ୍ୟାରୁ ଟିକେଟ ପାଇଁ ଅପେକ୍ଷା କରିଥିଲେ ହେଁ ପାଇନଥିଲେ । ଏହାରି ଭିତରେ ସନ୍ଧ୍ୟା 6 ଟାରେ କାଉଣ୍ଟର ବନ୍ଦ ହେବା କାରଣରୁ ତାତିଯାଇ ବ୍ୟାରିକେଡ୍ ଭାଙ୍ଗି ଦେଇଥିବା ଜଣାପଡିଛି ।ପ୍ରଥମେ ଏକ ନମ୍ବର କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ ହୋଇଥିଲା। ଏଥିରେ ସ୍ପେଶାଲ ଏନକ୍ଲୋଜର, ଏସି ଗ୍ୟାଲେରୀ ବକ୍ସ ଟିକେଟ୍ , ନ୍ୟୁପାଭିଲିୟନ, କର୍ପୋରେଟ୍ ବକ୍ସର ଟିକେଟ୍ ଶେଷ ହୋଇଛି। ଏହା ପରେ ଗ୍ୟାଲେରୀ ୧, ୨, ୩, ୪ ଓ ୫ର ଟିକେଟ୍ ବିକ୍ରି ଶେଷ ହୋଇଥିଲା। ପରେ ୭ ନଂ ଗ୍ୟାଲେରୀର କିଛି ଟିକେଟ୍ ରହିଥିବାରୁ କାଉଣ୍ଟରରେ ଶେଷ ହେବା ପର୍ଯ୍ୟନ୍ତ ଟିକେଟ୍ ବିକ୍ରି ଜାରି ରହିଥିଲା। ଯାହା ଏବେ ସଂପୂର୍ଣ୍ଣ ଶେଷ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା। ଦୁଇ ଦିନ ଟିକେଟ୍ ବିକ୍ରି ପାଇଁ ଦୁଇ ଦିନ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଦିନକରେ ସମସ୍ତ ଟିକେଟ୍ ବିକ୍ରି ଶେଷ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |