ଦିଲ୍ଲୀ ବିଧାନସଭା ପାଇଁ ସରିଲା ଭୋଟିଂ

ନୂଆଦିଲ୍ଲୀ,୫।୨:ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଆଜି ମତଦାନ ହୋଇଥିବାବେଳେ ଇଭିଏମରେ ସିଲ୍ ହୋଇଛି ୬୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଦିଲ୍ଲୀର ୧୩ ହଜାର ୭୬୬ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସଂଧ୍ୟା 6ଟାରେ ଯାଏଁ ଚାଲିଥିଲା। ମତାଧିକାର ସାବ୍ୟସ୍ତ କରିଛନ୍ତି ୧ କୋଟି ୫୬ ଲକ୍ଷ ଭୋଟର । ଦିଲ୍ଲୀର ସଲିମପୁରା ଓ ଜଙ୍ଗପୁରାରେ ବୁର୍ଖା ପିନ୍ଧି ଭୋଟ ଦେବାକୁ ଅସିଥିବା କିଛି ଲୋକଙ୍କୁ ନେଇ ବିଜେପି ଓ ଆପ୍ ମଧ୍ୟରେ ହଙ୍ଗାମା ହୋଇଥିଲା। ଭୋଟ୍ ହିଂସା ରୋକିବାକୁ ଦିଲ୍ଲୀରେ ଅର୍ଦ୍ଧସାମରିକ ବାହିନୀର ୨୦୦ କମ୍ପାନୀ, ୩୫ ହଜାରରୁ ଅଧିକ ଦିଲ୍ଲୀ ପୋଲିସର ସୁରକ୍ଷା କର୍ମୀ ଓ ହୋମଗାର୍ଡଙ୍କୁ ମୁତୟନ କରାଯାଇଥିଲା।ସମ୍ବେଦନଶୀଳ ମତଦାନ କେନ୍ଦ୍ର ଉପରେ ଡ୍ରୋନ ଜରିଆରେ ନଜର ରଖାଯାଇଥିଲା। ଗଣତନ୍ତ୍ରର ମହାପର୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବା ସହ ଭୋଟ୍ ଦେଇଛନ୍ତି। ସେହିପରି ଉପରାଜ୍ୟପାଳ ଭି.କେ ସକ୍ସେନା, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଏବଂ ରାହୁଲ ଗାନ୍ଧି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରିୟଙ୍କା ଗାନ୍ଧି ତାଙ୍କ ମାଆ ସୋନିଆ, ସ୍ୱାମୀ ଓ ପୁଅ ସହ ଭୋଟ୍ ଦେଇଥିଲେ। ଆମ୍ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜରିୱାଲ ତାଙ୍କ ପିତାମାତାଙ୍କୁ ହ୍ୱିଲଚେୟାରରେ ବସାଇ ଭୋଟ ଦେବାକୁ ପହଞ୍ଚିଥିଲେ। ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!