ଆଜି ରାଜ୍ୟ ସରକାରଙ୍କ ସହ ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ

ଭୁବନେଶ୍ୱର,୬ା୨:ଆଜି ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ । ଅର୍ଥ କମିଶନଙ୍କ ପାଖରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ ଉପସ୍ଥାପନ କରିବେ ରାଜ୍ୟ ସରକାର । ଏହାସହ ଅର୍ଥ କମିଶନଙ୍କୁ ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବି ପତ୍ର ଦେବେ ରାଜ୍ୟ ସରକାର ।ପାଞ୍ଚ ବର୍ଷର ଯୋଜନା ନେଇ ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ରଖିବେ। ଅର୍ଥ କମିଶନ ନିକଟରେ 12 ଲକ୍ଷ 56 ହଜାର 148 କୋଟି ଟଙ୍କାର ଦାବି ରଖିବେ । ମୋଦିଙ୍କ 3.0ରେ ଫୋକସରେ ରହିଛି ଓଡ଼ିଶା। ପୂର୍ବୋଦୟରେ ଓଡ଼ିଶାକୁ ଦିଆଯାଉଛି ପ୍ରାଧାନ୍ୟ । ବିକାଶର ଗ୍ରୋଥ୍ ଇଂଜିନରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ରହିବ । ଓଡ଼ିଶାର ଅନେକ ୪ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ଷୋଡ଼ଶ ଅର୍ଥ କମିଶନ । କମିଶନ ଅଧ୍ୟକ୍ଷ ଡ଼. ଅରବିନ୍ଦ ପାନଗାରିଆଙ୍କ ସମେତ 15 ଜଣିଆ ଟିମ୍‌ ଅଛନ୍ତି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!