କଟକ,୬ା୨ : ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । ଦିନ ସାଢ଼େ ଗୋଟାଏରୁ ଖେଳାଯିବ ମ୍ୟାଚ୍ । ନାଗପୁର ସ୍ଥିତି ଭିସିଏ ଷ୍ଟାଡିୟମରେ ହେବ ମୁକାବିଲା । ଫେବ୍ରୁଆରୀ ୧୯ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେଉଥିବାରୁ ଉଭୟ ଟିମ୍ ଇଣ୍ଡିଆ ଏବଂ ଇଂଲିଶ ଦଳ ପାଇଁ ଏହା ପ୍ରସ୍ତୁତି ସିରିଜ୍ ହେବ । ଏହା ବ୍ୟତୀତ ଦର୍ଶକ ଓ ସମୀକ୍ଷକଙ୍କ ନଜରରେ ରହିବେ ଉଭୟ ଦଳର ଭେଟେରାନ ଷ୍ଟାର ।କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ବୁଧବାର ଅଫ୍ଲାଇନ୍ ଟିକେଟ ବିକ୍ରିବେଳେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଧସ୍ତାଧସ୍ତି, ଠେଲାପେଲା ଯୋଗୁ ଲୋକେ ଟିକେଟ କିଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରି କି ଟିକେଟ କିଣିସାରିବା ପରେ ବ୍ୟାରିକେଡ୍ରୁ ବାହାରକୁ ଆସିବା ବାଟ ବନ୍ଦ ହୋଇଯିବାରୁ ଆହୁରି ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିଲା। ଟିକେଟ କାଉଣ୍ଟର ନିକଟରେ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅପରପକ୍ଷରେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆହୋଇ ରହିବାରୁ କେତେଜଣ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ। ପୋଲିସ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ତେବେ କେନ୍ଦ୍ରାଞ୍ଚଳ ଆର୍ଡିସିଙ୍କ ସ୍ତରରୁ ମଙ୍ଗଳବାର ପ୍ରସ୍ତୁତି ବୈଠକରେ ଟିକେଟ ବିକ୍ରିସ୍ଥଳରେ ପିଇବା ପାଣି ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଥିଲେ ।କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚ୍ ଆସନ୍ତା ୯ ରେ ଅନୁଷ୍ଠିତ ହେବ। ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ଖେଳିବେ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଭାରତୀୟ ଏବଂ ଇଂଲଣ୍ଡ କ୍ରିକେଟ ଟିମ୍। ମ୍ୟାଚ୍କୁ ନେଇ ହୋଟେଲଠାରୁ ଆରମ୍ଭ କରି ବିମାନବନ୍ଦର ଓ ବାରବାଟୀ ଷ୍ଟାଡିୟମ ସମେତ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ ସେବା ଭବନରେ ବୁଧବାର ସବୁ ବିଭାଗ ସହିତ ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ ଆଲୋଚନା କରିଛନ୍ତି। ଖେଳ କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ବିଭିନ ସଂସ୍ଥା ଓ ପୁଲିସ କର୍ମଚାରୀଙ୍କ ସହ ଶ୍ରୀ ସିଂହ ଆଲୋଚନା କରିଛନ୍ତି। ଅଭ୍ୟାସ ଓ ମ୍ୟାଚ୍ ଦିନ କିଭଳି ସୁରୁଖୁରୁରେ ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବେ ସେଥିପ୍ରତି ବୈଠକରେ ଗୁରୁତ୍ବ ଦିଆ ଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |