ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୬।୨:ପାପଡାହାଣ୍ଡି ବ୍ଲକ ଅନ୍ତରର୍ଗତ ରାଉଳିଗୁଡା ଗ୍ରାମରେ ମାନିଗାଁ ପଞ୍ଚାୟତ ୧୦ଖଣ୍ଡ ଗ୍ରାମ ଯଥା କେନ୍ଦୁଗୁଡା, ବିରିଶାଲା, ମାହେନ୍ଦ୍ରି, ରାଉଲିଗୁଡା, ବୋନୂଆଗୁଡା, ମାନିଗାଁ, ଦୟାଗୁଡା, ମୂଷାପାଲା, ଜଟିଆଗୁଡା, ଘୁଷୁରାବେଡା, ମୁଦିଗୁଡା ର ଗ୍ରାମବାସୀଙ୍କୁ ୫ହଜାର କମ୍ବଳ ବାଣ୍ଟିଲେ ବିଜେଡିର ବରିଷ୍ଟ ନେତା ମଣ୍ଟୁ ପରିଡା। ଏହି ସମୟରେ ତାଙ୍କ ସହ ଉପସ୍ଥିତି ଥିଲେ ମାନିଗାଁ ସରପଞ୍ଚ ଶୁକଦେବ ଭତ୍ରା, ଜିଲ୍ଲାପରିଷଦ ସଭ୍ୟ ଯଶବନ୍ତ ନାୟକ, ସମିତି ସଭ୍ୟ ବୈଜନ୍ତି ପୂଜାରୀ, ୱାର୍ଡ ମେମ୍ବର ଗୋପୀ ମାଝୀ,ବିପିନ ଭୁକ୍ତାଟ୍ୱିଟୁ ଜେନା, ଯୁଗଳ ପୂଜାରୀ, ଜଗବନ୍ଧୁ ଗୌଡ଼, ଭଗବାନ ମାଝୀ, ୱାର୍ଡ ମେମ୍ବର ଜଗେନ୍ଦ୍ର ଜାନି ପ୍ରମ୍ମୁଖ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହେଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |